Latest Odisha News

BREAKING NEWS

ପୁରୀରେ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗ ନିର୍ବାଚନର ଉଷ୍ମତା…

ପୁରୀ: ପୁରୀ ସହରରେ ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ଦେଖିବାକୁ ମିଳିଛି । ସହର ସାରା ବଙ୍ଗୀୟ ଭାଷାରେ ପୋଷ୍ଟର ଛାଇ ଯାଇଛି । ସମୁଦ୍ରକୂଳ, ବସଷ୍ଟାଣ୍ଡ, ସମୁଦ୍ରକୂଳ ବଡଦାଣ୍ଡରେ ବିଜେପିର ପୋଷ୍ଟର ଲଗାଯାଇଛି । ଶ୍ରୀ ଜଗନ୍ନାଥ ଧାମ ଆପଣଙ୍କୁ ସ୍ୱାଗତ କରୁଛି ବୋଲି ପୋଷ୍ଟରରେ ଲେଖାଯାଇଛି । ପଶ୍ଚିମବଙ୍ଗରୁ ପୁରୀ ଆସୁଥିବା ଭକ୍ତଙ୍କୁ ଆକୃଷ୍ଠ କରିବା ପାଇଁ ଏଭଳି ହୋଡିଂ ଲାଗିଥିବା ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ କହିଛନ୍ତି ।

ଦୀଘାରେ ଜଗନ୍ନାଥ ମନ୍ଦିର ନିର୍ମାଣ ହୋଇଛି । ସେଠାରେ ଦାରୁ ମୂର୍ତ୍ତି ବଦଳରେ ପଥରମୂର୍ତ୍ତି ସ୍ଥାପନ ହୋଇଛି । ଏପରି କରିବାକୁ ବିରୋଧ କରାଯାଇଥିଲେ ମଧ୍ୟ ମମତା ଜାଣିଶୁଣି ଏମିତି କରିଛନ୍ତି । ଏମିତି ହେଲେ ରାଜ୍ୟପାଇଁ ଖରାପ ଶୁଣି ମଧ୍ୟ ମମତା ତାହା କରିଥିଲେ ବୋଲି କୁହାଯାଇଛି ।

ସେପଟେ ପୁରୀକୁ ପ୍ରତିଦିନ ବହୁତ ଭକ୍ତ ଆସୁଛନ୍ତି ଆଉ ସେମାନେ ଚଳିତଥର ପରିବର୍ତ୍ତନ ଚାହୁଁଥିବା କହିଛନ୍ତି ଜଗନ୍ନଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର । ସେହିପରି ମମତା ମଧ୍ୟ ସମସ୍ତଙ୍କୁ ନେଇ ଚାଲନ୍ତି । ତାଙ୍କ ଉପରେ ବହୁତ ଲୋକ ଭରସା କରିଛନ୍ତି । ତେଣୁ ଚତୁର୍ଥଥର ମମତା ନିଶ୍ଚୟ ବିଜୟୀ ହେବେ ବୋଲି କୁହାଯାଇଛି ।

ପୁରୀରେ ଲାଗିଥିବା ପୋଷ୍ଟରରେ ପ୍ରଧାନମନ୍ତ୍ରୀ ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଦି ଲୋକଙ୍କ ଫଟୋ ରହିଛି । ଶ୍ରୀକ୍ଷେତ୍ର ଇତିାହସରେ ଏଙା ପ୍ରଥମ ଘଟଣା ଯେ ବାହାର ରାଜ୍ୟର ଭୋଟ ପ୍ରଚାର ପାଇଁ ଏଠାରେ ପୋଷ୍ଟର ଲାଗୁଛି । ପୁରୀକୁ ହଜାର ହଜାର ବଙ୍ଗୀୟ ପର୍ଯ୍ୟଟକ ଆସୁଛନ୍ତି ଆଉ ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ଏଭଳି ବ୍ୟବସ୍ଥା ହୋଇଛି ।

ଜିଲ୍ଲା ବିଜେପି ତରଫରୁ ସହରରେ ହୋଡିମ ଲାଗିବା ନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ । ପଶ୍ଚିମବଙ୍ଗବାସୀ ଏଠାକୁ ପ୍ରବଳ ମାତ୍ରାରେ ଆସୁଥିବାରୁ ହୋଡିଂ ଲାଗୁଥିବା କୁହାଯାଇଛି ।

Leave A Reply

Your email address will not be published.