Latest Odisha News

BREAKING NEWS

୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ; ବିଦ୍ୟାଳୟ ସମୟରେ ବାହାରେ ବୁଲୁଥିଲେ…

ରାୟଗଡ଼ା: ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ୩ ଦିନ ମଧ୍ୟରେ ଏହାର ଉତ୍ତର ଦେବା ପାଇଁ ନିର୍ଦ୍ଦେଶ ରହିଛି । ଯଦି ଏହାର ଖିଲାପ ହୁଏ ତେବେ ସମ୍ପୃକ୍ତ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ସୁନା କହିଛନ୍ତି।

ଗତ ୧୦ ତାରିଖରେ  ବିଦ୍ୟାଳୟ ସମୟ ସକାଳ ୬ଟା୩୦ରୁ ଆରମ୍ଭ ହୋଇଥିବା ବେଳେ, ୧୩ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ନିର୍ଦ୍ଧାରିତ ସମୟ ପରେ ଗୁଡାରି ସହର ଅତିକ୍ରମ କରିଥିଲେ। ତେଣୁ କାର୍ଯ୍ୟାଳୟ ପକ୍ଷରୁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି।

ବିନା ସୂଚନାରେ ବିଦ୍ୟାଳୟ ସମୟରେ ବାହାରେ ଦେଖିଲେ ନିଶ୍ଚିତ ଭାବେ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଇଓ କହିଛନ୍ତି।

Leave A Reply

Your email address will not be published.