ମୁମ୍ବାଇ: ଚଳିତ ଆଇପିଏଲରେ ରବିବାର ଖେଳାଯାଇଥିବା ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୧୮ ରନରେ ମୁମ୍ବାଇ ଇଣ୍ଡିଆନ୍ସ ପରାସ୍ତ କରିଛି । ଏହି ମ୍ୟାଚରେ ଟିମ ଡେଭିଡ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଡେଭିଡ ମ୍ୟାଚ ଅବସରରେ ଅମ୍ପାୟରଙ୍କୁ ବଲ ନ ଦେଇ ନିଜ ବାରମ୍ବାର ଉପରକୁ ପକାଇ କ୍ୟାଚ ନେଉଥିଲେ । ଏହି ଅଶୋଭନୀୟ ବ୍ୟବହାର ନେଇ ତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି । ତାଙ୍କର ୨୫ ପ୍ରତିଶତ ମ୍ୟାଚ ଫି ଏ ବାବଦକୁ କଟାଯାଇଛି । ଟିମକୁ ୧ ଡିମେରିଟ ପଂଏଟ ମିଳିଛି ।
ମ୍ୟାଚର ୧୮ତମ ଓଭରରେ ଏହି ଘଟଣା ଘଟିଥିଲା । ସେହିପରି ଧୀମା ବୋଲିଂ ହାର ନେଇ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ମଧ୍ୟ ଜରିମାନା ଲଗାଯାଇଛି । ଏହା ତାଙ୍କର ପ୍ରଥମ ଭୁଲ ଥିବାରୁ ୧୨ ଲକ୍ଷ ଟଙ୍କା ଜରିମାନା ଦଣ୍ଡ ପ୍ରଦାନ କରାଯାଇଛି । ମୁମ୍ବାଇ ୨୦ ଓଭର ଶେଷ କରିବା ପାଇଁ ୨ ଘଂଟାରୁ ଅଧିକ ସମୟ ନେଇଥିଲା । ବେଙ୍ଗାଲୁର ପ୍ରଥମେ ବ୍ୟାଟିଂ କରି ୨୪୦ ରନ କରିଥିଲା । ଜବାବରେ ମୁମ୍ବାଇ ୨୨୨ ରନ କରିବାକୁ ସକ୍ଷମ ହୋଇଥିଲା ।