Latest Odisha News

BREAKING NEWS

ହେରାଫେରୀ ୩ ନେଇ ବଡ ଖୁଲାସା କଲେ ଅକ୍ଷୟ

ମୁମ୍ବାଇ: ଅକ୍ଷୟ କୁମାର ଏକ ସାକ୍ଷାତକାରରେ ହେରାଫେରୀ ୩ ଫିଲ୍ମକୁ ନେଇ ଏକ ବଡ ଖୁଲାସା କରିଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତିି ଯେ, ବର୍ତମାନ ହେରାଫେରୀ ୩ ଆରମ୍ଭ ହେଉନି । ଅବଶ୍ୟ ଏହାର ପ୍ରକୃତ କାରଣ କଣ ସେ କହି ନ ଥିଲେ । ଷ୍ଟାର କାଷ୍ଟ ଏହାର ବିଳମ୍ବର କାରଣ ନୁହେଁ । ପରେଶ ରାୱଲ ଓ ସୁନୀଲ ଶେଟ୍ଟୀଙ୍କ ସହ ମୁଁ ନିକଟରେ ୱେଲକମ ଟୁ ଦି ଜଙ୍ଗଲରେ କାମ କରିଛି । କୌଣସି ପ୍ରକାରର ଅସୁବିଧା ସୃଷ୍ଟି ହୋଇ ନ ଥିଲା । କାରଣ ସମ୍ପର୍କରେ ବାରମ୍ବାର ପଚରାଯିବାରୁ ସେ କହିଥିଲେ, କିଛି କଥା ସମସ୍ତଙ୍କ ସମ୍ମୁଖରେ କହି ହୁଏନି । ତେବେ ଅକ୍ଷୟ ଆଶା ରଖିଛନ୍ତି ଯେ, ଖୁବ ଶୀଘ୍ର ଏହାର ସମାଧାନ ସୂତ୍ର ବାହାରିବ ।

ସବୁ କିଛି ଠିକ ଠାକ ହୋଇଗଲେ ହେରାଫେରୀ ୩ ନିଶ୍ଚିତ ଭାବେ ନିର୍ମିତ ହେବ । ପୂର୍ବରୁ ପରେଶ ଫିଲ୍ମରୁ ଓହରିଯିବା ନେଇ ବେଶ ଆଲୋଚନା ହୋଇଥିଲା । ଅବଶ୍ୟ ପରେ ସେ ଫିଲ୍ମ ସହିତ ଜଡିତ ହୋଇଥିଲେ । ହେରାଫେରୀ ୨୦୦୦ରେ ରିଲିଜ ହୋଇଥିଲା । ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରିଥିଲେ । ୨୦୦୬ରେ ଏହାର ସୀକ୍ୱେଲ ରିଲିଜ ହୋଇଥିଲ । ନୀରଜ ବୋରା ଏହାର ନିର୍ଦ୍ଦେଶନା ଦେଇଥିଲେ ।

Leave A Reply

Your email address will not be published.