Latest Odisha News

BREAKING NEWS

ଆନ୍ତର୍ଜାତୀୟ ଟି୨୦ରେ ୨ଟି ଟିମ ଗଠନ କରିବା ଲକ୍ଷ୍ୟରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ଟି୨୦ ଟିମରେ ବିସିସିଆଇ ୨ଟି ଟିମ ଗଠନ କରିବା ପାଇଁ ଉଦ୍ୟମ କରୁଛି । ଏଥିପାଇଁ ସମସ୍ତ ଯୋଜନା ବିସିସିଆଇ ପ୍ରସ୍ତୁତ କରିଛି । ୩୦ରୁ ୩୫ ଖେଳାଳିଙ୍କୁ ନେଇ ଏହି ପରୀକ୍ଷଣ କରାଯିବ । ଆଇପିଏଲ ୨୦୨୬ ପରେ ଏହି ଯୋଜନାର ରୂପରେଖ ପ୍ରସ୍ତୁତ କରାଯିବ । ଏଥିଯୋଗୁ ଅଧିକରୁ ଅଧିକ ଖେଳାଳି ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିବା ପାଇଁ ସୁଯୋଗ ପାଇବେ । ଚଳିତ ବର୍ଷ ଭାରତ ଏସିଆନ ଗେମ୍ସ, ୱେଷ୍ଟଇଣ୍ଡିଜ ଏବଂ ଅନ୍ୟ କେତେଗୁଡିଏ ଟି୨୦ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବ । ୨ଟି ଟିମ ପ୍ରସ୍ତୁତ କରାଗଲେ ଏଥିନେଇ ସୁବିଧା ହେବ । ଆଇପିଏଲ ପ୍ରଦର୍ଶନ ପରେ ଚୟନ କମିଟି ନଜର ରଖିଛି ।

ରିପୋର୍ଟ ମୁତାବକ ବୈଭବ ସୂର୍ଯ୍ୟବଂଶୀ, ପ୍ରିୟାଂଶ ଆର୍ଯ୍ୟ, ଯଶସ୍ୱୀ ଜୈସୱାଲ, ରଜତ ପାଟୀଦାର ପରି ଖେଳାଳିଙ୍କୁ ସୁଯୋଗ ମିଳିପାରେ । ସେହିପରି ବୋଲିଂରେ ଅଶୋକ ଶର୍ମା, କାର୍ତିକ ତ୍ୟାଗୀ, ରବି ବିଶ୍ନୋଇ ଏବଂ ୱିକେଟକିପର ଧ୍ରୁବ ଜୁରେଲଙ୍କ ଉପରେ ମଧ୍ୟ ଚୟନ କମିଟିଙ୍କ ନଜର ରହିଛି । ଯୁବ ଖେଳାଳିମାନେ ଆନ୍ତର୍ଜାତୀୟ ମୁକାବିଲାରେ ଅଂଶଗ୍ରହଣ କରିଲେ ସେମାନଙ୍କ ପ୍ରକୃତ ଦକ୍ଷତା ସମ୍ମୁଖକୁ ଆସିବ । ପରେ ସେମାନେ ଜାତୀୟ ଦଳର ମୂଖ୍ୟ ଆୟୂଧ ହୋଇପାରିବେ ବୋଲି ଆଶା କରାଯାଉଛି । ଶ୍ରେୟାଶ ଆୟାରଙ୍କୁ ଗୋଟିଏ ଟିମର ଅଧିନାୟକ ଦାୟିିତ୍ୱ ଦେବା ପାଇଁ ଆଲୋଚନା ହେଉଛି ।

Leave A Reply

Your email address will not be published.