Latest Odisha News

BREAKING NEWS

ବିଜେପିରେ ମିଶିବେ କି ପ୍ରଭାତ ?

ଭୁବନେଶ୍ୱର: କଟକ ରାଜନୀତିରେ ରୋଚକ ଦୃଶ୍ୟ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ । ଓଏମପି ଛକରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଭାତ ସମ୍ବର୍ଦ୍ଧିତ କରିଛନ୍ତି । ଗତକାଲି ଖଇରିଆ ପୋଷାକ ଛାଡି ଧଳା କପଡା ପିନ୍ଧିଥିଲେ । ଆଉ ବିଜେଡିର ବରିଷ୍ଠ ନେତା ବବି ଦାସଙ୍କୁ ଅତି ତାତ୍ସଲ୍ୟ କରି କହିଥିଲେ । ଦଳରୁ ସସପେଣ୍ଡ ହେବା ପରେ ଗତକାଲି ମନଇଛା ନିଜର ବିଷ ଓଗାଳିଥିଲେ । ଏହି ଘଟଣାର ୨୪ ଘଣ୍ଟା ନପୁରୁଣୁ ପ୍ରଭାତ ଆଜି ସକାଳୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

କଟକରେ ଧାନମୁଠି ଅନୁକୂଳ ଅବସରରେ ମୁଖ୍ୟମନ୍ତ୍ରୀ କଟକ ଗସ୍ତ କରିଥିଲେ । ଏହି ସମୟରେ ସେ ଓଏମପି ଛକରେ ସମ୍ବର୍ଦ୍ଧିତ କରିଥିଲେ । ତେବେ ପ୍ରଭାତଙ୍କ ବଦଳୁଥିବା କପଡା ପରି ଦଳ ମଧ୍ୟ ବଦଳିବ ବୋଲି ରାଜନୈତିକ ମାହୋଲରେ ଚର୍ଚ୍ଚା ହେଉଛି । ପ୍ରଭାତଙ୍କ ପୁଅ ରାଜନୀତିରେ ସକ୍ରିୟ ଅଛନ୍ତି, ହେଲେ ଏବେ ପ୍ରଭାତ ନିଜେ ସକ୍ରିୟ ହେବେ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି । ଗତକାଲି କରିଥିବା ପ୍ରେସମିଟରେ ମଧ୍ୟ ପ୍ରଭାତ ପରୋକ୍ଷରେ ଅନ୍ୟଦଳକୁ ଯାଉଥିବା କଥା ଇଙ୍ଗିତ କରିଥିଲେ । ତେବେ ଆଜିର ଘଟଣା ପରେ ପ୍ରଭାତ ବିଶ୍ୱାଳ ନିଶ୍ଚୟ ବିଜେପିରେ ମିଶୁଛନ୍ତି ବୋଲି କୁହାଯାଉଛି । ପ୍ରଭାତ ଏ ବାବଦରେ କୌଣସି ସ୍ଥାନରେ କିଛି ନକହିଥିଲେ ମଧ୍ୟ ତାଙ୍କ ଦଳ ବଦଳକୁ ନେଇ ଆଲୋଚନା ହେଉଛି ।

ରାଜ୍ୟସଭା ନିର୍ବାଚନ ବେଳେ ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ପ୍ରଭାତଙ୍କ ପୁଅ ସୌଭିକ ବିଶ୍ୱାଳ ଭୋଟ ଦେଇଥିଲେ । ଏହାପରେ ସୌଭିକଙ୍କୁ ବିଜେଡି ଦଳରୁ ବାହାର କରିଥିଲା । ସେହିଦିନଠାରୁ ପ୍ରଭାତ ରାଗରେ ଫଁ ଫଁ ହେଉଥିଲେ । ଗତକାଲି ନିଜର ସବୁ କଥା କହିଥିଲେ । ତାଙ୍କ ପ୍ରତି ହୋଇଥିବା ବିଶ୍ୱାସଘାତକ କଥା ସେ ବଖାଣିଥିଲେ । ଏହି ଘଟଣାର ୨୪ ଘଣ୍ଟା ନପୁରୁଣୁ ପ୍ରଭାତ ଆଜି ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ସେଥିପାଇଁ ସମସ୍ତେ ପ୍ରଭାତଙ୍କ ବିଜେପିରେ ମିଶିବା ନେଇ ଆଲୋଚନା କରୁଛନ୍ତି । ତେବେ ପ୍ରଭାତଙ୍କ ବିଷୟରେ ହେଉଥିବା ଆଲୋଚନା ସତ ନା ଆଉ କିଛି, ତାହା ଆଗାମୀ ଦିନରେ ହିଁ ସ୍ପଷ୍ଟ ହୋଇଯିବ ।

Leave A Reply

Your email address will not be published.