Latest Odisha News

BREAKING NEWS

ଭାଙ୍ଗିଲା ୧୯୨୬ ପ୍ରାଥମିକ ସମବାୟ ସମିତିର କମିଟି

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ଥିବା ସମୁଦାୟ ୨୯୮୬ ଟି ପ୍ରଥମିକ ସମବାୟ ସମିତିର କାର୍ଯ୍ୟକାଳ ଶେଷ ହେବ ।

ତନ୍ମଧ୍ୟରୁ ଆଜି ୧୯୨୬ ଟି ପ୍ରଥମିକ ସମବାୟ ସମିତିର କାର୍ଯ୍ୟକାଳ ସମାପ୍ତ ହୋଇଛି । ଯାହାଫଳରେ ସମ୍ପୃକ୍ତ ସମବାୟ ସମିତିର କମିଟି ଗୁଡିକୁ ରାଜ୍ୟ ସରକାର ଭାଙ୍ଗି ଦେଇଛନ୍ତି ।

ଗଣମାଧମକୁ ସୂଚନା ଦେଇ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ତଥା ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତ, ଏହି ସବୁ ସ୍ଥାନରେ ସମବାୟ ସମିତି ତଦାରଖ କରିବା ନିମନ୍ତେ ସମବାୟ ନିରିକ୍ଷକମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି ସମିତିର ନିର୍ବାଚନ ପ୍ରକ୍ରୀୟା ଶେଷ ନହେବା ଯାଏଁ ନିରିକ୍ଷକମାନେ ସମବାୟ ସମିତି ଗୁଡିକର ଦାୟିତ୍ୱ ନିର୍ବାହ କରିବେ ।

ରାଜ୍ୟରେ ଥିବା ସମସ୍ତ ପ୍ରାଥମିକ ସମବାୟ ସମିତି ଓ କେନ୍ଦ୍ରୀୟ ସମବାୟ ସମିତିର କାର୍ଯ୍ୟକାଳ ସମ୍ପର୍କୀତ ସୂଚନା ଦେଇ ବିଭାଗୀୟ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ଆଜିଠାରୁ ୧୯୨୬ ଟି ପ୍ରାଥମିକ ସମବାୟ ସମିତିର କାର୍ଯ୍ୟକାଳ ଶେଷ ହୋଇଛି । ଆସନ୍ତା ମାସ ୯୯୭ ଟି ସମିତିର କାର୍ଯ୍ୟକାଳ ଶେଷ ହେବାକୁ ଥିବା ବେଳେ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଆଉ ୬୩ ଟି ପ୍ରାଥମିକ ସମବାୟ ସମିତିର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି ।

ଆହୁରି ମଧ୍ୟ ଆସନ୍ତା ମାର୍ଚ୍ଚ ମାସ ଶେଷ ସୁଦ୍ଧା ସମୁଦାୟ ୨୯୮୬ ଟି ପ୍ରାଥମିକ ସମବାୟ ସମିତିର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ରାଜ୍ୟରେ ଥିବା ସମୁଦାୟ ୧୧୯ ଟି କେନ୍ଦ୍ରୀୟ ସମବାୟ ସମିତି ଗୁଡିକ ମଧ୍ୟରୁ ଆସନ୍ତା ଏପ୍ରିଲ ମାସରେ ୬୭ ଟି ସମିତିର କାର୍ଯ୍ୟକାଳ ଶେଷ ହେବ । ପରବର୍ତ୍ତୀ ସମୟରେ ମେ’ ମାସ ଶେଷ ସୁଦ୍ଧା ୪୭ ଟିର କାର୍ଯ୍ୟକାଳ ଶେଷ ହେବାକୁ ଥିବାବେଳେ ୫ ଟି କେନ୍ଦ୍ରୀୟ ସମବାୟ ସମିତିର ନିର୍ବାଚନ ହୋଇନଥିବା ନେଇ ସେ କହିଛନ୍ତି ।

Leave A Reply

Your email address will not be published.