Latest Odisha News

BREAKING NEWS

ଆଇପିଏଲ: ଚୌକା, ଛକାରେ କୋହଲିଙ୍କ କୀର୍ତିମାନ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ପକ୍ଷରୁ ଖେଳୁଥିବା ବିରାଟ କୋହଲି ଚୌକା ଏବଂ ଛକାରେ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । କୋହଲିଙ୍କ ଇନିଂସ ବଳରେ ଆରସିବି ସହଜରେ ଗୁଜରାଟ ଟାଇଟାନ୍ସକୁ ପରାସ୍ତ କରିଛି । କୋହଲି ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚରେ ବିସ୍ଫୋରକ ୮୧ ରନର ଇନିଂସ ଖେଳିଥିଲେ । ଏଥିରେ ୮ ଚୌକା ଓ ୪ ଛକା ରହିଥିଲା । କୋହଲି ଏଥିସହ ଆଇପିଏଲରେ ଭାରତର ପ୍ରଥମ ବ୍ୟାଟ୍ସମ୍ୟାନ ଭାେବେ ୮୦୦ ଚୌକା ମାରିଛନ୍ତି ।

ସେ ୨୭୪ ମ୍ୟାଚରେ ୨୬୬ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି । ଶିଖର ଧାୱନ ୭୬୮ ଚୌକା ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିପରି ତୃତୀୟ ବ୍ୟାଟ୍ସମ୍ୟାନ ଭାବେ ୩୦୦ ଛକା ପୂରଣ କରିଛନ୍ତି । ରଶିଦ ଖାଁଙ୍କ ବଲରେ ଛକା ମାରି ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । କ୍ରିସ ଗେଲ ୩୫୭ ଛକା ସହ ଏବେ ବି ଶୀର୍ଷରେ ରହିଛନ୍ତି । ହିଟମ୍ୟାନ ରୋହିତ ଶର୍ମା ୩୧୦ ଛକା ସହ କୋହଲିଙ୍କ ଆଗରେ ରହିଛନ୍ତି ।

Leave A Reply

Your email address will not be published.