Latest Odisha News

BREAKING NEWS

ସରଣ୍ଡାରେ ପୁଣି ମାଓ ହିଂସା, ଯୁବକଙ୍କୁ ନିର୍ମମ ହତ୍ୟା କଲେ ମାଓବାଦୀ

ବିଶ୍ରା: ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲା ସରଣ୍ଡା ଜଙ୍ଗଲରେ ପୁଣି ଥରେ ମାଓହିଂସା ଦେଖିବାକୁ ମିଳିଛି । ଗୋଇଲକେରାଠାରେ ମାଓବାଦୀମାନେ ଜଣେ ଯୁବକଙ୍କୁ ନିର୍ମମ ଭାବେ ପିଟିପିଟି ହତ୍ୟା କରିଛନ୍ତି । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ମୃତକ ଜଣକ ଗୋଇଲକେରା ଥାନା ଅଞ୍ଚଳର ରୋୟଗୁଟୁ ଗାଁର ରମେଶ ଚମ୍ପିଆ ଓରଫ ଚମରା ।

ଶନିବାର ରାତିରେ ୪ ଜଣ ମାଓବାଦୀ ରମେଶଙ୍କୁ ଘରୁ ବାହାରକୁ ଡାକି ନେଇଥିଲେ । ପରେ ଜଙ୍ଗଲ ଭିତରକୁ ନେଇ ତାଙ୍କୁ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା କରିଥିଲେ । ଏହି ଘଟଣା ପରେ ନକ୍ସଲମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ । ରମେଶଙ୍କ ମୋବାଇଲ୍ ମଧ୍ୟ ନିଜ ସାଙ୍ଗରେ ନେଇ ଯାଇଥିଲେ ମାଓବାଦୀମାନେ ।

ତେବେ ରମେଶ ପୂର୍ବରୁ ମାଓବାଦୀ ଥିଲେ । ପରେ ପୋଲିସ ଦ୍ବାରା ଗିରଫ ହୋଇ ଚାଇଁବାସା ଜେଲରେ ଥିଲେ । ଜେଲରୁ ମୁକୁଳି ଗାଁରେ ୬ ମାସ ହେଲା ରହୁଥିଲେ । ତେଣୁ ରମେଶ ପୋଲିସ ଇନଫର୍ମର ଭାବେ କାମ କରୁଥିବା ମାଓବାଦୀମାନେ ସନ୍ଦେହ କରୁଥିଲେ । ଏହି ସ‌ନ୍ଦେହରେ ମାଓବାଦୀମାନେ ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.