Latest Odisha News

BREAKING NEWS

South Sudan plane crash:ବିମାନ ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ;ବିମାନରେ ଥିଲେ ୨ କେନିଆର ନାଗରିକ

ନୂଆଦିଲ୍ଲୀ:ଦକ୍ଷିଣ ସୁଡାନରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ସୋମବାର ରାଜଧାନୀ ଜୁବାର ଉପକଣ୍ଠରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ସେସନା ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ସମସ୍ତ ୧୩ ଜଣ ଯାତ୍ରୀ ଏବଂ ପାଇଲଟଙ୍କ ମୃତ୍ୟୁ ଘଟିଛି, ମୋଟ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ଜୁବାଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଛି।

ଅଧିକାରୀଙ୍କ ଅନୁଯାୟୀ,ବିମାନରେ ଦୁଇଜଣ କେନିଆର ନାଗରିକ ମଧ୍ୟ ଥିଲେ ଓ ଅନ୍ୟ ଯାତ୍ରୀମାନେ ଦକ୍ଷିଣ ସୁଡାନର ଥିଲେ।

ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ଅଧିକାରୀମାନେ କହିଛନ୍ତି ଯେ ଦୁର୍ଘଟଣାଗ୍ରସ୍ତ ବିମାନଟି 5Y-NOK ନମ୍ବର ବିଶିଷ୍ଟ ଏକ ସେସନା 208 କାରାଭାନ୍ ଥିଲା। ସେମାନେ କହିଛନ୍ତି ଯେ ବିମାନଟି ସିଟିଲିଙ୍କ ଆଭିଏସନ୍ ଲିମିଟେଡ୍ ଦ୍ୱାରା ପରିଚାଳିତ ହେଉଥିଲା।

ବିମାନଟି ସକାଳ ୯:୧୫ ରେ ୟେଇରୁ ଜୁବା ଆନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଯାତ୍ରା କରିଥିଲା କିନ୍ତୁ ୯:୪୩ ରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲା ଏବଂ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସୁଦାନର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାରମ୍ଭିକ ତଦନ୍ତରେ ଖରାପ ପାଗ ଏବଂ କମ୍ ଦୃଶ୍ୟମାନତାକୁ ଦୁର୍ଘଟଣା ବୋଲି କୁହାଯାଇଛି ।

 

Leave A Reply

Your email address will not be published.