Latest Odisha News

BREAKING NEWS

Mahendragiri Eco-Adventure Fest 2026:ପ୍ରଥମ ଥର ପାଇଁ ରାଜ୍ୟରେ ଦୁଃସାହସିକ କ୍ରୀଡ଼ା ଉତ୍ସବ ପାଳନ; ୧୭ରାଜ୍ୟର ୬ ଶହରୁ ଅଧିକ ପ୍ରତିଯୋଗୀ…

ଗଜପତି: ଦୁଃସାହସିକ କ୍ରୀଡ଼ା ଉତ୍ସବ ପ୍ରଥମ ଥର ପାଇଁ ରାଜ୍ୟ ସରକାର ଆୟୋଜନ କରିଛନ୍ତି । ଓଡିଶାର ଦ୍ବିତୀୟ ଉଚ୍ଚତମ ପର୍ବତ ତଥା ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରିରେ ଆୟୋଜିତ ଦୁଃସାହସିକ କ୍ରୀଡା ଉତ୍ସବ ମହେନ୍ଦ୍ରଗିରି ଇକୋ ଆଡଭେଞ୍ଚର ଫେଷ୍ଟ-2026 ଉଦଯାପିତ ହୋଇଯାଇଛି ।ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଭାରତୀୟ ପର୍ବାତାରୋହଣ ସଂଘର ମିଳିତ ଉଦ୍ୟମରେ ଅନୁଷ୍ଠିତ ମହେନ୍ଦ୍ରଗିରି ଇକୋ ଆଡଭେଞ୍ଚର ଫେଷ୍ଟରେ ଓଡ଼ିଶା ଏବଂ ୧୭ଟି ରାଜ୍ୟର ୬ ଶହରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ । ପ୍ରତିଯୋଗୀ ଏହି ଫେଷ୍ଟରେ ବିଭିନ୍ନ ପ୍ରକାର ଦୁଃସାହାସିକ କ୍ରୀଡା ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗୀମାନେ ଜୀବନ ସାରା ମନେ ରହିବ ବୋଲି କହିଛନ୍ତି ।

ରକ କ୍ଲିଂମ୍ବିଂ, ରାପ୍ଲିଂ, ଜିପଲାଇନ୍, ଟ୍ରାକିଂ, କମାଣ୍ଡୋ ନେଟ୍, ସାଇକ୍ଲିଂ ଆଦି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ ।

ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ଏହି ଦୁଃସାହସିକ କ୍ରୀଡ଼ା ଉତ୍ସବ ପ୍ରଥମ ଥର ପାଇଁ ରାଜ୍ୟ ସରକାର ଆୟୋଜନ କରିଛନ୍ତି । ତେଣୁ ଓଡିଶାର ଦୁଃସାହସିକ କ୍ରୀଡା ଇତିହାସରେ ମହେନ୍ଦ୍ରଗିରି ସର୍ବାଗ୍ରେ ରହିବ । ମହେନ୍ଦ୍ରଗିରିର ଉନ୍ନତି ପାଇଁ ପର୍ଯ୍ୟଟନ ବିଭାଗ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରୁଛି

ପ୍ରଥମ ଓଡ଼ିଆ ଏଭେରେଷ୍ଟ ପର୍ବତ ଆରୋହଣକାରୀ ଗଣେଶ ଜେନା କହିଛନ୍ତି ଯେ,ଓଡ଼ିଶାରେ ଏହିଭଳି ଉତ୍ସବ ପ୍ରଥମ ଥର ପାଇଁ ଆୟୋଜନ ହୋଇଥିବା ବେଳେ ମହେନ୍ଦ୍ରଗିରିରେ ଏହା ଆୟୋଜନ କରାଯିବା ଗଜପତି ଜିଲ୍ଲା ପାଇଁ ଗର୍ବର କଥା । ଦୁଃସାହସିକ କ୍ରୀଡା ପାଇଁ ମହେନ୍ଦ୍ରଗିରି ହେଉଛି ପ୍ରକୃଷ୍ଟ ସ୍ଥାନ । ତେଣୁ ଏହାର ଉନ୍ନତିପାଇଁ ରାଜ୍ୟ ସରକାର ଯେଉଁ ଉଦ୍ୟମ କରୁଛନ୍ତି ତାହା ନିଶ୍ଚିତ ଭାବେ ସ୍ବାଗତ ଯୋଗ୍ୟ ।

ସୂଚନାଥାଉକି, ଏପ୍ରିଲ ୨୫ ଓ ୨୬ ତାରିଖ ଦୁଇ ଦିନ ଧରି ଚାଲିଥିବା ଏହି କ୍ରୀଡା ଉତ୍ସବକୁ ଖୁବ ସଫଳତାର ସହ ଆଯୋଜନ କରାଯାଇଥିଲା ।

Leave A Reply

Your email address will not be published.