Latest Odisha News

BREAKING NEWS

ଷଷ୍ଠ ବାଟାଲିୟନ୍ କ୍ୟାମ୍ପସ୍ ଭିତରେ ପୋଲିସକୁ ଛୁରା ମାଡ଼; ୫ ଆହତ, ୫ ଜଣ ଆକ୍ରମଣକାରୀ ଅଟକ

କଟକ: କଟକ ଓଏମ୍‌ପି ସ୍ଥିତ ଷଷ୍ଠ ବାଟାଲିୟନ୍ କ୍ୟାମ୍ପସ୍ ଭିତରେ ପୋଲିସକୁ ସଙ୍ଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ହୋଇଛି । ଗତକାଲି ରାତିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏଥିରେ ୫ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତ ପୋଲିସ କର୍ମଚାରୀଙ୍କ ବେକ, ପିଠି ଏବଂ ହାତରେ ଆଘାତ ଲାଗିଛି ।

ସେମାନେ ହେଲେ ସିପାହୀ ପ୍ରଶାନ୍ତ ମୁଦୁଲି ଓ ମାନସ ରଣସିଂହ ଏବଂ ଚାଉଳିଆଗଞ୍ଜ ଥାନା ହୋମଗାର୍ଡ ବିପିନ ଦାସ । ଏମାନଙ୍କ ମଧ୍ୟରୁ ବିପିନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏହି ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସମସ୍ତେ ଏସସିବିରେ ଭର୍ତ୍ତି ହୋଇଥିବା ସୂଚନା ରହିଛି ।

ପ୍ରେମ ଜନିତ ଘଟଣାରୁ ଘଟିଛି ଏଭଳି ଘଟଣା ଗତକାଲି ରାତିରେ ଯୁବକ ଯୁବତୀ ଏକତ୍ରିତ ହୋଇ ଗପୁଥିବା ବେଳେ ପାଟ୍ରୋଲିଂ ଗାଡ଼ି ସେଠାରେ ପହଞ୍ଚିଥିଲା । ସେମାନଙ୍କୁ ସୁରକ୍ଷା ଦୃଷ୍ଟିରୁ କଣ୍ଟ୍ରୋଲ୍ ରୁମ୍‌କୁ ନିଆଯାଇଥିଲା । ବିନା ଅନୁମତିରେ ଆଉ କେବେ କ୍ୟାମ୍ପସ୍ ଭିତରକୁ ଆସିବେ ନାହିଁ ବୋଲି ଏକ ଲିଖିତ ପ୍ରତିଶ୍ରୁତି ଉଭୟ ଯୁବକ ଯୁବତୀ ଦେଇଥିଲେ । ଅଭିଭାବକଙ୍କୁ ଡକାଇବା ପାଇଁ ଫୋନ୍ ନମ୍ବର ମାଗିଥିଲା ପୋଲିସ । ଯାହାକୁ ନେଇ ରାଗି ଯାଇଥିଲେ ଯୁବକ ଜଣକ । ପରେ ନିଜର ସାଥୀ ମାନଙ୍କୁ ଡକାଇ କ୍ୟାମ୍ପସ୍ ଭିତରେ ପଶି ପୋଲିସକୁ ମରଣାନ୍ତକ ଆକ୍ରମଣ କରିଥିଲେ ।

ଏହି ଘଟଣାର ଯୁବକ, ଯୁବତୀଙ୍କ ସମେତ ୫ଜଣ ଆକ୍ରମଣକାରୀଙ୍କୁ ଚାଉଳିଆଗଞ୍ଜ ଥାନାରେ ଅଟକ ରଖାଯାଇ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.