Latest Odisha News

BREAKING NEWS

ହର୍ମୁଜ୍ ହେଲା ‘Strait Of Trump’, ନୂଆ ନକ୍ସା ସେୟାର କଲେ ଟ୍ରମ୍ପ୍

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଇରାନ-ଆମେରିକା ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ ଟ୍ରୁଥ୍ ସୋସିଆଲ୍‌ରେ ହର୍ମୁଜ୍ ପ୍ରଣାଳୀର ଏକ ଫଟୋ ସେୟାର କରିଛନ୍ତି। ସେ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ସେ ହର୍ମୁଜର ନାମ ବଦଳାଇ Strait Of Trump ରଖିଛନ୍ତି।

ଟ୍ରମ୍ପ୍ ଆହୁରି କହିଛନ୍ତି, “ନାକାବନ୍ଦୀ ସେମାନଙ୍କୁ ଦେଖାଇଛି ଯେ ଆମର ନୌସେନା କେତେ ଶକ୍ତିଶାଳୀ। ମୁଁ ଆପଣଙ୍କୁ କହିପାରିବି କେହି ଆମ ସହିତ ଲାଗିପାରିବେ ନାହିଁ। ଆମ ପାଖରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସାମରିକ ବାହିନୀ ଅଛି, ଯାହା ମଧ୍ୟରୁ ଅଧିକାଂଶ ମୁଁ ମୋର ପ୍ରଥମ କାର୍ଯ୍ୟକାଳ ସମୟରେ ନିର୍ମାଣ କରିଥିଲି ଏବଂ ଆମେ ସେବେଠାରୁ ଏହାକୁ ବିକଶିତ କରିଆସୁଛି। ଏହା ବିଶ୍ୱର ଯେକୌଣସି ସ୍ଥାନରେ ସବୁଠାରୁ ଅଧିକ ଶକ୍ତିଶାଳୀ।

ତେହେରାନକୁ ସ୍ୱୀକାର କରିବାକୁ ପଡିବ। ଯେପର୍ଯ୍ୟନ୍ତ ସେ ତାର ପରମାଣୁ ମହତ୍ତ୍ୱାକାଂକ୍ଷା ପରିତ୍ୟାଗ ନ କରେ ସେପର୍ଯ୍ୟନ୍ତ କୌଣସି ଚୁକ୍ତି ହୋଇପାରିବ ନାହିଁ ବୋଲି ଟ୍ରମ୍ପ କହିଛନ୍ତି। ଉଲ୍ଲେଖନୀୟ ଯେ ଆମେରିକା ଇରାନ ବନ୍ଦରଗୁଡ଼ିକୁ ଅବରୋଧ କରି ଏହି ସମୁଦ୍ର ପଥକୁ ଆହୁରି ବିପଜ୍ଜନକ କରିଛି।

 

Leave A Reply

Your email address will not be published.