Latest Odisha News

BREAKING NEWS

ଅସୁରକ୍ଷିତ ହୋଇପଡୁଛି ରାଜଧାନୀ;ବାକି ଟଙ୍କା ମାଗିବାରୁ ଯୁବକଙ୍କ ହାତ ପାପୁଲିକୁ ଖଣ୍ଡାରେ ହାଣିଲେ

ଭୁବନେଶ୍ୱର: ଭୁବନେଶ୍ବର ଉପକଣ୍ଠ ଧଉଳି ଅଞ୍ଚଳରୁ ଆସିଛି ଅଭାବନୀୟ ଘଟଣା। ବାକି ଟଙ୍କା ମାଗିବାରୁ ଯୁବକଙ୍କ ହାତ ପାପୁଲିକୁ ଖଣ୍ଡାରେ ହାଣି ଦେଇଛନ୍ତି। ଛିଡି ପଡିଥିବା ପାପୁଲିକୁ ନେଇ କୁକୁର ଚମ୍ପଟ୍ ମାରିଛି। ଗୁରୁତର ଯୁବକଙ୍କୁ କ୍ୟାପିଟାଲରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖଣ୍ଡାରେ ଆକ୍ରମଣ କରିଥିବା ଯୁବକଙ୍କୁ ଲିଙ୍ଗରାଜ ପୋଲିସ ଅଟକ ରଖି ପଚରାଉଚରା ଚଳାଇଛି।

ସୂଚନା ଅନୁଯାୟୀ, ପାନ ଦୋକାନରେ ବାକି ଦେବାନେବାକୁ ନେଇ ଆରମ୍ଭ ହୋଇଥିଲା ଗଣ୍ଡଗୋଳ। କପିଳେଶ୍ୱରର ଗାଁର ରାକେଶ ମଲିଆଙ୍କ ଖଣ୍ଡା ଚୋଟରେ ଧଉଳି କୁମ୍ଭାଟେଇ ଗାଁର ବିଭୁ ସାହୁ ଗୁରୁତର ହୋଇଛନ୍ତି । ଏପିରିକି ଖଣ୍ଡା ଚୋଟରେ ବିଭୁଙ୍କ ହାତ ପାପୁଲି ଛିଡ଼ିଯାଇଥିଲା । ତଳେ ପଡ଼ିଥିବା ହାତ ପାପୁଲିକୁ କୁକୁର ନେଇ ଚମ୍ପଟ ମାରିଛି ।ଏବେ କଟା ପାପୁଲିକୁ ଖୋଜୁଛି ପୋଲିସ । ଅନ୍ୟପଟେ ରାକେଶ ମଧ୍ୟ ପ୍ରତି ଆକ୍ରମଣରେ ଆହତ ହୋଇଥିବା ସୂଚନା ମିଳିଛି।

Leave A Reply

Your email address will not be published.