Latest Odisha News

ଜାମିୟା ପରେ ଶାହୀନବାଗରେ ଗୁଳି ଫୁଟିଲା

ନୂଆଦିଲ୍ଲୀ: ସିଏଏ ଓ ଏନଆରସିକୁ ନେଇ ଚାଲିଥିବା ବିବାଦ ଏବେ ନୂଆ ରୂପ ନେଇଛି । ଜାମିୟା ପରେ ଶାହୀନବାଗରେ ଆଜି ଗୁଳି ଫୁଟିଛି । କପିଳ ଗୁଜ୍ଜର ନାମକ ବ୍ୟକ୍ତି ଶାହୀନବାଗରୁ ୧୫୦ ମିଟର ଦୂରତାରେ ୨ଟି ଫାଙ୍କା ଗୁଳିଚାଳନା କରିଥିଲା ।ଫଳରେ ସେଠାକାର ପରିସ୍ଥିତି ଉତେଜନାପୂର୍ଣ୍ଣ ରହିଛି । ଗୁଳି ଚାଳନାକୁ ବିରୋଧ କରି ସେଠାରେ ଥିବା ମହିଳାମାନେ ମାନବଶୃଙ୍ଖଳ ତିଆରି କରିଥିଲେ । ପୋଲିସ ଏହି ଘଟଣା ନେଇ କେସ୍ ରୁଜୁ କରିବା ସହ ଯାଂଚରେ ଲାଗିପଡିଛି ।

ଦିଲ୍ଲୀ ପୋଲିସ ଡିସିପି ଚିନ୍ମୟ ବିଶ୍ୱାଳ ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି ବୋଲି କହିଛନ୍ତି । ପୂର୍ବରୁ ଜାମିୟାରେ ଜଣେ ବ୍ୟକ୍ତି ଗୁଳି ପୁଟାଇଥିଲା । ସୋସିଆଲ ସାଇଟାରେ ତାଙ୍କର ନାମ ରାମଭକ୍ତ ଗୋପାଳ ରହିଛି ।

Leave A Reply

Your email address will not be published.