ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ସଂସଦରେ ୨୦୨୦-୨୧ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ତେବେ ଏହି ବଜେଟ୍କୁ ନେଇ ବଡ ବୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ କିଛି ପ୍ରସ୍ତାବକୁ ସ୍ୱାଗତ କରିଥିବା ବେଳେ ଆଉ କିଛି କୁ ନେଇ ଚିନ୍ତା ପ୍ରକଟ ମଧ୍ୟ କରିଛନ୍ତି । ଏପରିକି ବଜେଟ୍ର ରୂପରେଖ କିଭଳି ହୋଇଥାନ୍ତା ତାହା ମଧ୍ୟ ସେ ଦର୍ଶାଇଛନ୍ତି ।
ଅର୍ଥମନ୍ତ୍ରୀ ବଜେଟ୍ରେ ଆଣିଥିବା କୃଷି ରେଳ, କୃଷି ଉଡାଣ, ୨୦ ଲକ୍ଷ ଚାଷୀଙ୍କୁ ସୋଲାର ପମ୍ପ, ବ୍ୟାଙ୍କ ଜମା ଗ୍ୟାରେଂଟି, ଶିକ୍ଷାରେ ଏଫ୍ଡିଆଇ ଓ ନୂଆ ଶିକ୍ଷାନୀତିକୁ ମୁଖ୍ୟମନ୍ତ୍ରୀ ପ୍ରଂଶସା କରିଛନ୍ତି । କୃଷି ବଜେଟ୍ ଦ୍ୱାରା କୃଷି କ୍ଷେତ୍ରରେ ପ୍ରଗତି ଆସି ପାରିବ ବୋଲି ନବୀନ କହିଛନ୍ତି ।
ଅନ୍ୟପଟେ ୬ଟି ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାରେ ଅନୁଦାନ ବଢ଼ିନାହିଁ ବୋଲି କହିଛନ୍ତି ନବୀନ । ନୂଆ ବଜେଟ୍ରେ କେନ୍ଦ୍ରୀୟ ଟିକସରେ ୩ ହଜାର କୋଟି ଟଙ୍କା କ୍ଷତି ସହିବ ଓଡ଼ିଶା । ଚଳିତ ବଜେଟ୍ରେ ଓଡ଼ିଶାର ଐତିହାସିକସ୍ଥଳୀର ଉନ୍ନତି ପାଇଁ ପ୍ରସ୍ତାବ ନାହିଁ । ଜାତୀୟ ଆଦିବାସୀ ମ୍ୟୁଜିୟମର ହକଦାର ଓଡ଼ିଶା ଥିବା ବେଳେ ମଧ୍ୟ ଏଥିରୁ ବାଦ୍ ଦିଆଯାଇଛି ବୋଲି ନବୀନ କହିଛନ୍ତି ।
ସେହିପରି ଶୁଳ୍କ କ୍ଷେତ୍ରରେ ଡିଭିଡେଂଟ ଡିଷ୍ଟ୍ରିବ୍ୟୁଶନ ଟ୍ୟାକ୍ସ ବଦଳରେ କନ୍ସେସ୍ନାଲ କମେଂଟ ଟ୍ୟାକ୍ସ ଘୋଷଣା କରାଯାଇଛି । ତେବେ ଏଥିରେ ଓଡ଼ିଶା ପାଇଁ ଶୁଳ୍କ ରିହାତି ସମ୍ପ୍ରସାରଣ ଲାଗି ନବୀନ ନିବେଦନ କରିଛନ୍ତି । ଓଡ଼ିଶାର ବଜେଟ୍ ୩୬୦୦ କୋଟି ଥିବା ବେଳେ କେନ୍ଦ୍ରର ୧୧,୫୦୦ କୋଟି ଟଙ୍କା ରହିଛି । ତେଣୁ ଏହା ଉପରେ ଦୃଷ୍ଟି ଦେବା ଆବଶ୍ୟକତା ରହିଛି । ବଜେଟ୍ ପରେ ସେନ୍ସେକ୍ସ ଖସିବା ଚିନ୍ତା ଜନକ ବିଷୟ ବୋଲି ନବୀନ କହିଛନ୍ତି ।
BREAKING NEWS
- ଭାଲୁକୁଣି ବିସର୍ଜନ ବେଳେ ଅଘଟଣ; DJ ସାଉଣ୍ଡ ବକ୍ସ ପଡ଼ି ୭ ଆହତ
- ଭୂକମ୍ପରେ ଥରିଲା ଓଡ଼ିଶା; ଏହି ସ୍ଥାନରେ ୩.୯ ତୀବ୍ରତାର ଝଟକା…
- ସର୍ଭେ ରିପୋର୍ଟ : ୭୦% ରୁ ଅଧିକ ୟୁକ୍ରେନବାସୀ ଦୁର୍ନୀତି ପାଇଁ ଜେଲେନସ୍କିଙ୍କୁ ଦାୟୀ ମନେକରୁଛନ୍ତି
- ଇରାନ-ଆମେରିକା ସଂଘର୍ଷ: ଭୟ ଆଉ ଚିନ୍ତା ଭିତରେ ଇରାନରେ ଖୋଲିଲା ସ୍କୁଲ୍
- ବସରୁ ଖସି ପଡ଼ିଲେ ରୋହିତ ଶର୍ମା; ଚିନ୍ତାରେ ଫ୍ୟାନ୍ସ
- ବିଜେପି ନେତାଙ୍କୁ ପ୍ରାଣାନ୍ତକ ଆକ୍ରମଣ; ଡାକ୍ତରଖାନାରେ ଭର୍ତ୍ତି
- Odisha Vigilance:୩୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ତାଙ୍କ ସହଯୋଗୀ
- ସମ୍ ହସ୍ପିଟାଲରେ ନୂତନ ହୃଦ୍ ଚିକିତ୍ସା: ଟିଏଭିଆର୍ ପଦ୍ଧତିରେ ୭୧ ବର୍ଷୀୟା ମହିଳାଙ୍କୁ ମିଳିଲା ନୂଆ ଜୀବନ
- Asian Games 2026:ଜାଭେଲିନ୍ ଥ୍ରୋ’ରେ ଭାରତର ଚମତ୍କାର ପ୍ରଦର୍ଶନ: ଯଶ୍ବୀରଙ୍କୁ ରୌପ୍ୟ ଓ ରୋହିତଙ୍କୁ ବ୍ରୋଞ୍ଜ
- ସରିଲା ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା

Comments are closed.