ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ବଡ଼ ଘୋଷଣା କରିଛନ୍ତି । ବଢ଼ିଲା ଶ୍ରମିକଙ୍କ ମଜୁରୀ। ଶ୍ରମିକ ଦିବସ ଅବସରରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଦ୍ବାରା ଘୋଷଣା ଅନୁସାରେ ଅଣକୁଶଳୀ ଶ୍ରମିକମାନେ ଦୈନିକ ମଜୁରୀ ୪୭୨ ଟଙ୍କା ପାଇବେ।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ, ଏଣିକି ରାଜ୍ୟ ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ବୃଦ୍ଧି ହୋଇ ୪୭୨ ଟଙ୍କା ହୋଇଛି । ସେହିଭଳି କୁଶଳୀ ଶ୍ରମିକଙ୍କ ମଜୁରୀ ୫୭୨ ଟଙ୍କା ଏବଂ ଅତିକୁଶଳୀ ଶ୍ରମିକଙ୍କ ମଜୁରୀ ୬୬୨ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ମଜୁରୀ ଏପ୍ରିଲ ୧ରୁ ପିଛିଲା ଭାବେ ଲାଗୁ ହୋଇଛି।