Latest Odisha News

BREAKING NEWS

ଚିକିତ୍ସା ଆମର ଜୈବିକ ପ୍ରଗତିକୁ ଧୀମା କରିଦେଇଛି କି !

ନୂଆଦିଲ୍ଲୀ: ଚିକିତ୍ସା ଆମର ଜୈବିକ ପ୍ରଗତିକୁ ଧୀମା କରିଦେଉଛି ବୋଲି ବୈଜ୍ଞାନିକମାନେ ଶଙ୍କା ବ୍ୟକ୍ତ କରିଛନ୍ତି । ତେବେ ଜର୍ଣ୍ଣାଲ ନେଚରରେ ପ୍ରକାଶିକ ହୋୱାର୍ଡ ମେଡିକାଲ ସ୍କୁଲର ଏକ ଅଧ୍ୟୟନ ଏହାକୁ ଭୁଲ ପ୍ରମାଣିତ କରିଛି । ୧୫, ୮୩୬ ପ୍ରାଚୀନ ମାନବ ଅବଶେଷକୁ ନେଇ ଏହି ଅଧ୍ୟୟନ କରାଯାଇଥିଲା । ଡିଏନଏ ଗବେଷଣାରେ ଜୈବିକ ପ୍ରଗତି ଏବେ ଚାଲୁ ରହିଥିବା ଜଣାପଡିଛି । ବିଭିନ୍ନ ରୋଗରୁ ନିଜକୁ ରକ୍ଷା କରିବା ପାଇଁ ମ୍ୟୁଟେଶନ ତାର କାର୍ଯ୍ୟ କରୁଛି । ଯାହାକି ପୂର୍ବରୁ ହେଇ ଆସୁଥିଲା । ମାନବ ସଂରଚନାରେ ୪୭୯ ଭେରିଆଂଟ ୧୦ ହଜାର ବର୍ଷ ମଧ୍ୟରେ ସୃଷ୍ଟି ହୋଇଛି । ୟୁରୋପରେ ଟାଇପ ବି ବ୍ଲଡ ଗ୍ରୁପ ୬ ହଜାର ବର୍ଷ ତଳେ ଦୁର୍ଲଭ ଥିଲା ।

ଏବେ ଜନସଂଖ୍ୟାର ଦଶ ପ୍ରତିଶତରେ ଏହା ଉପଲବ୍ଧ ହେବାରେ ଲାଗିଲାଣି । ମଣିଷ ଯେତେବେଳେ ପଶୁପାଳିବା ଆରମ୍ଭ କରିଥିଲା ସେତେବେଳେ ବୟସ୍କମାନେ କ୍ଷୀରକୁ ହଜମ କରିପାରୁ ନ ଥିଲେ । ଏବେ ଏଥିନେଇ ସେଭଳି ସମସ୍ୟା ସୃଷ୍ଟି ହେଉନି । ଆଉ ଏକ ତଥ୍ୟରେ ମଣିଷ ଶରୀରରୁ ଧୀରେ ଧୀରେ ଧ୍ରୂମପାନ ଅଭ୍ୟାସକୁ ହ୍ରାସ କରାଇବାରେ କିଛି ଭ୍ୟାରିଏଂଟ ସହଯୋଗ କରୁଛନ୍ତି । ଆମେ ଯେପରି ରୋଗ ପ୍ରତିରୋଧ ତଥା ଅନ୍ୟ ଦିଗରେ ଉନ୍ନତି ଆଣିବାକୁ ଚେଷ୍ଟା କରୁଛୁୁ ଆମ ମଣିଷ ଶରୀରର ଜିନ ମଧ୍ୟ ଭବିଷ୍ୟତ ପାଇଁ ନିଜକୁ ପ୍ରସ୍ତୁତି କରୁଛି ।

Leave A Reply

Your email address will not be published.