Latest Odisha News

BREAKING NEWS

Salman Khan in ‘Raja Shivaji’: ‘ରାଜା ଶିବାଜୀ’ରେ ସଲମାନଙ୍କ ଧମାକା

ମୁମ୍ବାଇ: ଥିଏଟରରେ ‘ରାଜା ଶିବାଜୀ’ ପହଞ୍ଚିବା ମାତ୍ରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ସଲମାନ ଖାନଙ୍କ ଲୁକ୍। ଏହି ଚଳଚ୍ଚିତ୍ରରେ ସଲମାନ ବୀର ଯୋଦ୍ଧା ଜୀବା ମହାଲେଙ୍କ ଚରିତ୍ରରେ ଏକ ସ୍ପେଶାଲ କ୍ୟାମିଓ କରିଛନ୍ତି। ପାରମ୍ପରିକ ମରାଠା ପୋଷାକ, ନିଶ ଏବଂ ମୁଣ୍ଡରେ ଗେରୁଆ ପଗଡ଼ି ପିନ୍ଧି ସଲମାନ ଯେତେବେଳେ ପରଦାକୁ ଆସୁଛନ୍ତି, ଦର୍ଶକଙ୍କ କରତାଳିରେ ଫାଟି ପଡ଼ୁଛି ସିନେମା ହଲ୍।

ରିଲିଜ୍ ପୂର୍ବରୁ ସଲମାନଙ୍କ ଚରିତ୍ରକୁ ସମ୍ପୂର୍ଣ୍ଣ ଗୁପ୍ତ ରଖାଯାଇଥିଲା, ଯାହା ଏବେ ଦର୍ଶକଙ୍କ ପାଇଁ ସବୁଠାରୁ ବଡ଼ ସରପ୍ରାଇଜ୍ ସାଜିଛି। ନିର୍ଦ୍ଦେଶକ ତଥା ମୁଖ୍ୟ ଅଭିନେତା ରିତେଶ ଦେଶମୁଖଙ୍କ ସହ ସଲମାନଙ୍କ ଗଭୀର ବନ୍ଧୁତ୍ୱ ଯୋଗୁଁ ସେ ଏହି ପ୍ରୋଜେକ୍ଟରେ ସାମିଲ ହୋଇଛନ୍ତି। ପୂର୍ବରୁ ମଧ୍ୟ ସେ ରିତେଶଙ୍କ ‘ଲୟ ଭାରୀ’ ଏବଂ ‘ବେଦ୍‌’ ଭଳି ମରାଠୀ ଫିଲ୍ମରେ ନଜର ଆସିଛନ୍ତି।
ତେବେ କିଏ ଏହି ଜୀବା ମହାଲେ ? ସଲମାନ ଖାନ ନିଭାଉଥିବା ଚରିତ୍ର ‘ଜୀବା ମହାଲେ’ ଛତ୍ରପତି ଶିବାଜୀ ମହାରାଜଙ୍କ ଜଣେ ଅତ୍ୟନ୍ତ ବିଶ୍ୱସ୍ତ ଏବଂ ସାହସୀ ଅଙ୍ଗରକ୍ଷୀ ଥିଲେ। ପ୍ରତାପଗଡ଼ ଯୁଦ୍ଧ ସମୟରେ ଯେତେବେଳେ ଅଫଜଲ ଖାନ୍ ଶିବାଜୀଙ୍କ ଉପରେ ଆକ୍ରମଣ କରିଥିଲେ, ସେତେବେଳେ ଜୀବା ମହାଲେ ନିଜ ଜୀବନକୁ ବାଜି ଲଗାଇ ମହାରାଜଙ୍କ ପ୍ରାଣ ରକ୍ଷା କରିଥିଲେ।

କେବଳ ସଲମାନ ନୁହନ୍ତି, ଏହି ମେଗା ବଜେଟ୍ ଐତିହାସିକ ଚଳଚ୍ଚିତ୍ରରେ ବଲିଉଡର ବଡ଼ ବଡ଼ ଦିଗ୍ଗଜ କଳାକାରଙ୍କ ଭିଡ଼ ଦେଖିବାକୁ ମିଳିଛି ।
ରିତେଶ ଦେଶମୁଖ ଶିବାଜୀ ମହାରାଜ ଭୂମିକାରେ ଅଭିନୟ କରିଥିବା ବେଳେ ଅଭିଷେକ ବଚ୍ଚନ, ସଞ୍ଜୟ ଦତ୍ତ, ବିଦ୍ୟା ବାଲନଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

‘ରାଜା ଶିବାଜୀ’ ଏବେ ବକ୍ସ ଅଫିସରେ ନୂଆ ରେକର୍ଡ କରିବାକୁ ପ୍ରସ୍ତୁତ ହେଉଛି। ବିଶେଷ କରି ସଲମାନଙ୍କ ‘ଜୀବା ମହାଲେ’ ଅବତାର ଫିଲ୍ମର ସଫଳତାରେ ଏକ ବଡ଼ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.