ଭୁବନେଶ୍ଵର: ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲରେ ଶୁଣାଣି ହୋଇଛି । ମୌସୁମୀ ଓ ଅଣମୌସୁମୀରେ କେତେ ଜଳ ପ୍ରବାହିତ ହେଉଛି ,ସେନେଇ ଟ୍ରିବ୍ୟୁନାଲରେ ଅବଗତ କରାଯାଇଛି । ଟ୍ରିବ୍ୟୁନାଲଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ଉଭୟ ଓଡ଼ିଶା ଓ ଛତିଶଗଡ଼ ଅବଗତ କରିଛନ୍ତି । ଓଡ଼ିଶା ପକ୍ଷରୁ ଏଜି ପୀତାମ୍ଵର ଆଚାର୍ଯ୍ୟ ପକ୍ଷ ରଖିଛନ୍ତି। ଆସନ୍ତା ୩୦ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ।
ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଆଡଭୋକେଟ ଜେନେରାଲଙ୍କୁ ଟ୍ରିବ୍ୟୁନାଲ ପ୍ରଶଂସା କରିଛନ୍ତି ।
ସୂଚନାଥାଉକି, ଛତିଶଗଡ଼ ଉପରମୁଣ୍ଡରେ ବନ୍ଧ କରିବା ସହ ତଳମୁଣ୍ଡରେ ବାଲି ବନ୍ଧ ବାନ୍ଧି ମହାନଦୀର ଜଳ ଅଟକାଉଛି। ଯାହାଫଳରେ ମହାନଦୀରେ ଜଳଧାରା ଓଡ଼ିଶା ମୁହାଁ ହୋଇପାରୁନାହିଁ । ଅଣମୌସୁମୀ ଋତୁରେ ମହାନଦୀ ଏକପ୍ରକାର ମରୁଭୂମିର ଭ୍ରମ ସୃଷ୍ଟି କରୁଛି । ଏସବୁ ଭିତରେ ଟ୍ରିବ୍ୟୁନାଲ ରାୟ ଉପରେ ମହାନଦୀର ଭାଗ୍ୟ ନିର୍ଭର କରୁଛି । ହେଲେ ବାରମ୍ବାର ଟ୍ରିବ୍ୟୁନାଲରେ ଶୁଣାଣି ହେଉଥିଲେ ମଧ୍ୟ ଏଯାଏଁ କୌଣସି ନିଷ୍କର୍ସ ବାହାରିନାହିଁ ।