Latest Odisha News

BREAKING NEWS

ମହିଳା ପୋଲ ଭୋଲ୍ଟରେ ନୂତନ ରେକର୍ଡ କଲେ ଏଲାନଗୋଭାନ

ଭୁବନେଶ୍ୱର: ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା ଜାତୀୟ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିୟନଶିପରେ ରବିବାର ମହିଳା ପୋଲ ଭୋଲ୍ଟରେ ବାରାନିକା ଏଲାନଗୋଭାନ ନୂତନ ରେକର୍ଡ ସ୍ଥାପନ କରିଛନ୍ତି । ତାମିଲନାଡୁର ଏହି ପୋଲ ଭୋଲ୍ଟର ୪.୨୩ ମିଟର ଦୂରତାକୁ ଥ୍ରୋ କରିଥିଲେ । ପୂର୍ବରୁ ୪.୨୨ ମିଟର ମାର୍କ ସହ ସେ ଜାତୀୟ ରେକର୍ଡ ସ୍ଥାପନ କରିଥିଲେ । ଏବେ ସେ ନିଜ ରେକର୍ଡ ଭଙ୍ଗ କରିଛନ୍ତି । ଇଣ୍ଡୋର ଆଥଲେଟିକ୍ସରେ ମଧ୍ୟ ଏହା ନୂତନ ରେକର୍ଡ ।

ତାମିଲନାଡୁ ବଦଳରେ ସେ ଓଡିଶାରେ ଆସି ଅଭ୍ୟାସ କରିଥିଲେ । ହେପାଟାଥାଲନରେ ତ୍ରିଭେନ୍ଦ୍ରମର ତୌଫିକ ଏନ ୫୩୫୦ ପଂଏଟ ସହ ସ୍ୱର୍ଣ୍ଣ ପଦକ ଦୌଡରେ ଆଗରେ ରହିଛନ୍ତି । ପୁରୁଷ ୨୦ ବର୍ଷରୁ କମ ହେପାଟଥଲନରେ ତାମିଲନାଡୁର କିର୍ତିକ ଭାସନ ୪୬୦୯ ପଂଏଟ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ମହିଳା ପେଟାଂଥଲନରେ ଓଡିଶାର ପୂର୍ଣ୍ଣିମା ହେମ୍ବ୍ରମ(୩୮୩୫) ବିଜେତା ହୋଇଛନ୍ତି । ୨୦ ବର୍ଷରୁ କମ ମହିଳା ପେଂଟାଥଲନରେ ଉତରାଖଣ୍ଡର ଯସ୍କିରନ କୌର ଟାଇଟଲ ହାସଲ କରିଛନ୍ତି ।

Leave A Reply

Your email address will not be published.