ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି । ପଶ୍ଚିମବଙ୍ଗର ୨୯୪ ବିଧାନସଭା ଆସନ ମଧ୍ୟରୁ ୨୯୩ରେ ଭୋଟ ଗଣନା କରାଯାଉଛି । ପଶ୍ଚିମବଙ୍ଗର ପ୍ରଥମ ଟ୍ରେଣ୍ଡରେ ବିଜେପି ଏବଂ ଟିଏମସି ମଧ୍ୟରେ କଡ଼ା ଟକ୍କର ଚାଲିଛି ।
ପ୍ରାରମ୍ଭିକ ଗଣତିରେ ଆସାମରେ ବିଜେପି ଆଗରେ ରହିଛି । ଆସାମରେ ୧୨୬ରୁ ୪୧ ମଧ୍ୟରେ ବିଜେପି ୩୧, କଂଗ୍ରେସ ୭, ଅନ୍ୟାନ୍ୟ ୨ । ସେହିପରି ପଶ୍ଚିମବଙ୍ଗରେ ମୋଟ ୨୯୩ ରୁ ୧୨୩ ଆସନ ମଧ୍ୟରେ ବିଜେପି ୫୮, ଟିଏମସି ୬୩, ଅନ୍ୟାନ୍ୟ ୦୨ ।
ସେହିପରି, ତାମିଲନାଡୁର ୨୩୪ ଏବଂ କେରଳର ୧୪୦ ଆସନ ପାଇଁ ଭୋଟ୍ ଗଣତି ଜାରି ରହିଛି । ତାମିଲନାଡୁରେ ୨୩୪ରୁ ୪୦ ଆସନ ମଧ୍ୟରେ ଟିଭିକେ ୦୫, ଡିଏମକେ ୨୫, ଏଆଇଡିଏମକେ ୦୯, ଟିଭିକେ ୦୫ ରହିଛି ।