Latest Odisha News

BREAKING NEWS

Election Result: ଥାଲାପତୀଙ୍କ ପରାଜୟ ଗୁଜବ ଶୁଣି ଫ୍ୟାନ୍ସଙ୍କ ଆତ୍ମହତ୍ୟା ଉଦ୍ୟମ

ଚେନ୍ନାଇ: ସୋମବାର (୪ ମେ, ୨୦୨୬) ଦିନ ତାମିଲନାଡୁ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯାଉଛି। ଏହି ସମୟରେ ତାମିଲନାଡୁର କୃଷ୍ଣଗିରି ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି।

ଟିଭିକେ ପାର୍ଟି ମୁଖ୍ୟ ଥାଲାପତୀ ବିଜୟ ନିର୍ବାଚନରେ ପରାଜିତ ହୋଇଥିବା ଗୁଜବ ଶୁଣି ଜଣେ ୨୮ ବର୍ଷୀୟ ଯୁବକ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ।

ପୋଲିସ ଅନୁଯାୟୀ, କେ. ମହେନ୍ଦ୍ରନ୍ ନାମକ ଏହି ବ୍ୟକ୍ତି ବିଜୟଙ୍କ ଜଣେ ଦୃଢ଼ ସମର୍ଥକ। ଭୋଟ ଗଣତି ଆରମ୍ଭ ହେବା ପୂର୍ବରୁ ଏହି ଘଟଣା ଘଟିଛି। ଗୁଜବ ଶୁଣି ମହେନ୍ଦ୍ରନ୍ ବିଷାଦଗ୍ରସ୍ତ ହୋଇ ନିଜ ଘର ପାଖରେ ଗଳା କାଟି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ।

ନିକଟରେ ଉପସ୍ଥିତ ଲୋକମାନେ ତୁରନ୍ତ ଆହତ ମହେନ୍ଦ୍ରନଙ୍କୁ ଉଦ୍ଧାର କରି ନିକଟସ୍ଥ ସରକାରୀ ହସ୍ପିଟାଲକୁ ନେଇଥିଲେ। ତାଙ୍କୁ କୃଷ୍ଣଗିରି ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି।

ଅଧିକ ପଢନ୍ତୁ:- ତାମିଲନାଡୁରେ ଆଗେଇଛି ଥାଲାପତିଙ୍କ ଟିଭିକେ

Leave A Reply

Your email address will not be published.