Latest Odisha News

BREAKING NEWS

Odisha Vigilance: ୬ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫଶିଲେ ଏଡିଇଓ

କଳାହାଣ୍ଡି: ଭିଜିଲାନ୍ସ ହାତରେ ଧରାପଡିଲେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଆଟିଗାଁ ପଞ୍ଚାୟତରେ କାର୍ଯ୍ୟରତ ଏଡିଇଓ । ଆଜି ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଏଡିଇଓ ଦେବେନ୍ଦ୍ର ସାହୁ ।

ସୂଚନା ଅନୁଯାୟୀ, ହିତାଧିକାରୀ ଶ୍ରୀବତ୍ସ ଭୋଇଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବିଲ୍‌ କରାଇଦେବା ପାଇଁ ଆଟିଗାଁର ଦେବେନ୍ଦ୍ର ସାହୁ ଅର୍ଥ ଦାବି କରିଥିଲେ । ଆଜି ରଙ୍ଗ ଦିଆ ସେହି ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା ।

ପରେ ଭବାନୀପାଟଣା ସହର ଉପକଣ୍ଠ ଅଟାଙ୍ଗଗୁଡ଼ା ଅଞ୍ଚଳରେ ଥିବା ଦେବେନ୍ଦ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି ରହିଛି । କଳାହାଣ୍ଡି ଭିଜିଲାନ୍ସ ଡିଏସପି ପ୍ରଦୀପ ଆଇନ୍ଦଙ୍କ ନେତୃତ୍ୱରେ ଭିଜିଲାନ୍ସ ଟିମ୍ ତଦନ୍ତ ଜାରି ରଖିଛନ୍ତି ।

Leave A Reply

Your email address will not be published.