Latest Odisha News

ଆଇପିଏଲରେ ଗର୍ଲଫ୍ରେଣ୍ଡ କଲଚର ନେଇ କଠୋର ହେବ ବିସିସିଆଇ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ କେତେକ ଖେଳାଳି ଗର୍ଲଫ୍ରଣ୍ଡ ସହ ସମ୍ମୁଖକୁ ଆସିବା ଏବଂ ଅଶୋଭନୀୟ ଆଚରଣ ଯୋଗୁ ବିସିସିଆଇ କ୍ଷୁବ୍ଧ ହୋଇଛି । ଏ ନେଇ ଖୁବ ଶୀଘ୍ର ଏକ କଠୋର ନିୟମ ଲାଗୁ କରାଯିବ ବୋଲି ଜଣାପଡିଛି । କେତେକ ଖେଳାଳିଙ୍କ ବାନ୍ଧବୀ ପୂର୍ବରୁ ସୋସିଆଲ ମିଡିଆରେ ବିଭିନ୍ନ ବେଟିଂ ଆପ୍ପର ପ୍ରଚାର କରୁଥିଲେ । ଏହି ଟ୍ରେଣ୍ଡକୁ ରୋକାଯିବା ଜରୁରୀ ବୋଲି ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି । ସେହିପରି କେତେକ ବାନ୍ଧବୀ ସୋସିଆଲ ମିଡିଆରେ ଆକ୍ଟିଭ ରହିଥିବାରୁ କିଛି ଭିତିରିଆ ଖବର ମଧ୍ୟ ପଦାରେ ପଡିବା ଆଶଙ୍କା ରହିଛି ।

ବିସିସିଆଇ ଆଗାମୀ ବୈଠକରେ ଏ ବିଷୟରେ ଗୁରୁତ୍ୱ ସହକାରେ ଆଲୋଚନା କରିବ । ଶେଷରେ ସମସ୍ତଙ୍କ ପରାମର୍ଶରେ କଡା ଗାଇଡଲାଇନ ଜାରୀ କରାଯିବ । ଆଇପିଏଲ ବ୍ୟତୀତ ଭାରତର ଆନ୍ତର୍ଜାତୀୟ ଟୁରରେ ମଧ୍ୟ ଏହାକୁ ଲାଗୁ କରାଯିବ । ବିସିସିଆଇ ଆଇପିଏଲର ସମସ୍ତ ଫ୍ରାଂଚାଇଜ ପାଇଁ ଏକ ନୂତନ ନିୟମ ଆଣିବା ପାଇଁ ପ୍ରସ୍ତୁତି କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ବାନ୍ଧବୀଙ୍କ ଆଚରଣ ବିସିସିଆଇକୁ କ୍ଷୁବ୍ଧ କରିଛି ।

Leave A Reply

Your email address will not be published.