Latest Odisha News

ଇସ୍ତଫା ଦେବେନି ମମତା, ରୋକଠୋକ୍ ମନା କଲେ…

କୋଲକାତା: ପଶ୍ଚିମବଙ୍ଗରେ ଟିଏମସିର ପରାଜୟ ପରେ ରାଗି ଯାଇଛନ୍ତି ସୁପ୍ରିମୋ ମମତା ବାନାର୍ଜୀ । ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ବୋଲି ରୋକଠୋକ କହିଛନ୍ତି ।

ବିଜେପିର ବିଜୟ ଓ ଟିଏମସିର ପରାଜୟ ପରେ ସେ ବିଜେପି ଉପରେ ବର୍ଷିଛନ୍ତି । ବିଜେପି ଶହେରୁ ଉର୍ଦ୍ଧ୍ୱ ସିଟରେ ଭୋଟ ଚୋରି କରି ଜିତିଛି ବୋଲି କହିଛନ୍ତି ସେ । ଇଣ୍ଡିଆ ବ୍ଲକ ଟିଏମସିକୁ ପୁରା ସମର୍ଥନ କରିଛି, ଇଣ୍ଡିଆ ବ୍ଲକ ସଙ୍ଗଠିତ ଓ ମଜବୁତ ରହିଛି । ଭାରତ ସରକାର ସିଧାସଳଖ ପଶ୍ଚିମବଙ୍ଗ ନିର୍ବାଚନରେ ହସ୍ତକ୍ଷେପ କରିଛନ୍ତି । ବିହାର, ମହାରାଷ୍ଟ୍ର, ହରିୟାଣାରେ ଏମିତି ହୋଇଥିଲା ଆଉ ତାହା ପଶ୍ଚିମବଙ୍ଗରେ ସରକାର କରିଛନ୍ତି ବୋଲି ମମତା କହିଛନ୍ତି । ବେଙ୍ଗଲରେ ଗଣତନ୍ତ୍ରକୁ ହତ୍ୟା କରାଯାଇଛି,ଭୋଟ ଗଣତି କେନ୍ଦ୍ରରେ ଆମ ଏଜେଣ୍ଟକୁ ମାଡ ମାରି ତଡିଦେଲେ ବୋଲି କହିଛନ୍ତି ମମତା । ମୋତେ ଶାରିରୀକ ଭାବେ ଆକ୍ରମଣ କରିବା ସହ ଗାଳିଗୁଲଜ କରାଯାଇଛି । ଆମେ ଏହି ନିର୍ବାଚନରେ ପରାଜିତ ହୋଇନୁ ତେଣୁ ଇସ୍ତଫା ଦେବାର ପ୍ରଶ୍ନ ଉଠୁନାହିଁ ବୋଲି ମମତା କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ସିଇସି ଏହି ନିର୍ବାଚନରେ ପ୍ରକୃତ ଭିଲେନ । ତେଣୁ ଏଠାରେ ଆମର ଭିଲେନଙ୍କ ସହ ଲଢେଇ ହେଉଥିଲା, ବିଜେପି ସହ ନୁହେଁ। ଆଗାମୀ ଦିନରେ ଦିଲ୍ଲୀ ବିରୋଧରେ ଲଢେଇ ଜାରି ରହିବ ବୋଲି ରୋକଠୋକ କହିଛନ୍ତି ମମତା ବାନାର୍ଜୀ ।

ମମତାଙ୍କ ଏଭଳି ବୟାନକୁ ନେଇ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି।

 

Leave A Reply

Your email address will not be published.