ନୂଆଦିଲ୍ଲୀ: ଆଇପିଏଲ ୨୦୨୬ର ଫାଇନାଲ ମ୍ୟାଚ ବେଙ୍ଗାଲୁରର ଏମ.ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବନି । ପ୍ରାୟତଃ ଆଇପିଏଲ ଚାମ୍ପିୟନ ଟିମର ହୋମଗ୍ରାଉଣ୍ଡରେ ଫାଇନାଲ ମ୍ୟାଚ ଖେଳାଯାଏ । ଏଥର ଏଥିରେ ବ୍ୟତୀକ୍ରମ ହେବ । ଫାଇନାଲ ମ୍ୟାଚ ବେଙ୍ଗାଲୁର ବଦଳରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ପ୍ଲେ ଅଫ ମୁକାବିଲା ପାଇଁ ମଧ୍ୟ ଭେନ୍ୟୁ ଚୂଡାନ୍ତ ହୋଇଛି । ଅହମ୍ମଦାବାଦ, ଧର୍ମଶାଳା ଓ ନ୍ୟୁ ଚଣ୍ଡୀଗଡରେ ଏହା ଖେଳାଯିବ । ବେଙ୍ଗାଲୁରରେ ଫାଇନାଲ ମ୍ୟାଚ ଖେଳା ନ ଯିବା ପଛରେ ଏମଏଲଏ ଟିକେଟ ବିବାଦ ରହିଛି ।
ବିସିସିଆଇ କୌଣସି ରିସ୍କ ନ ନେଇ ଭେନ୍ୟୁ ବଦଳାଇବା ପାଇଁ ନିଷ୍ପତି ନେଇଛି । ବେଙ୍ଗାଲୁରରେ ଫାଇନାଲ ମ୍ୟାଚ ଖେଳାଗଲେ ଏମଏଲଏ ମାନଙ୍କୁ ୫ଟି ଲେଖାଏଁ ଟିକେଟ ପ୍ରଦାନ କରିବା ପାଇଁ ଦାବୀ କରାଯାଇଥିଲା । ବିବାଦ ବଢ଼ିବା ପରେ କର୍ଣ୍ଣାଟକର ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏମଏଲଏ ଓ ଏମପିଙ୍କ ପାଇଁ ୩ଟି ଲେଖାଏଁ ଟିକେଟ ରଖିବା ପାଇଁ ପରାମର୍ଶ ଦେଇଥିଲେ । ବିନା କାରଣରେ ଚାପ ବଢ଼ିବାରୁ ବିସିସିଆଇ ବାଧ୍ୟ ହୋଇ ଫାଇନାଲ ଭେନ୍ୟୁ ବଦଳାଇଛି ।