ଚେନ୍ନାଇ: ତାମିଲନାଡୁରେ ସରକାର ଗଠନରେ ବିଜୟଙ୍କ ନେତୃତ୍ୱାଧୀନ ଟିଭିକେକୁ ସମର୍ଥନ କରିବ ନାହିଁ ବୋଲି ସ୍ପଷ୍ଟ କରିଛି ଏଆଇଏଡିଏମକେ।
ଦଳ କୌଣସି ପରିସ୍ଥିତିରେ ଟିଭିକେକୁ ସମର୍ଥନ କରିବନାହିଁ ବୋଲି କହିଛନ୍ତି ଦଳୀୟ ନେତା।
ଟିଭିକେ ଏହାର ପ୍ରଥମ ନିର୍ବାଚନୀ ପଦାର୍ପଣରେ ପ୍ରଭାବଶାଳୀ ୧୦୮ ଆସନ ପାଇଛି। ତଥାପି ସରକାର ଗଠନ ପାଇଁ ଏହାକୁ ଅତିରିକ୍ତ ୧୦ ଆସନ ଆବଶ୍ୟକ।
ଏପଟେ ନିର୍ବାଚନରେ ୧୦୮ ଆସନ ଜିତିଥିବା ବିଜୟଙ୍କ ଦଳ ସରକାର ଗଠନ ପାଇଁ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକରଙ୍କୁ ଭେଟିଛନ୍ତି । ୧୧୨ ବିଧାୟକଙ୍କ ସମର୍ଥନ ଥିବା ଏକ ଦସ୍ତଖତ ଟିଭିକେ ପକ୍ଷରୁ ରାଜ୍ୟପାଳଙ୍କୁ ପ୍ରଦାନ କରି ସରକାର ଗଠନ ପାଇଁ ଦାବି କରାଯାଇଛି। କିନ୍ତୁ ସଂଖ୍ୟା ଗରିଷ୍ଠତା ନ ଥିବାରୁ ରାଜ୍ୟପାଳ କହିଛନ୍ତି ଯେ ଆପଣ ୧୧୮ ବିଧାୟକଙ୍କ ଦସ୍ତଖତ ଆଣନ୍ତୁ। ଯେଉଁ କାରଣରୁ ଏହି ଦାବିକୁ ଫେରାଇ ଦେଇଛନ୍ତି ରାଜ୍ୟପାଳ।