Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁଭେନ୍ଦୁ ଅଧିକାରୀଙ୍କୁ ମଞ୍ଚ ଉପରେ କ’ଣ ଉପହାର ଦେଲେ? ଯାହା ଦେଖି ଖୁସି ହୋଇଗଲେ ଜନତା…

କୋଲକତା: ପ୍ରଥମ ଥର ପାଇଁ, ପଶ୍ଚିମବଙ୍ଗର ଭୂମି ଗେରୁଆ ରଙ୍ଗରେ ପରିଣତ ହୋଇଛି । ପଶ୍ଚିମବଙ୍ଗରେ ଦିଦିଙ୍କ ଶାସନ ଶେଷ ହୋଇଛି, ଏବଂ ଆଜି ଶୁଭେନ୍ଦୁଙ୍କ ଯୁଗ ଆରମ୍ଭ ହୋଇଛି । ଆଜି କୋଲକାତାର ଐତିହାସିକ ବ୍ରିଗେଡ ଗ୍ରାଉଣ୍ଡରେ ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଏବଂ ପଶ୍ଚିବଙ୍ଗର ୯ମ ମୁଖ୍ୟମନ୍ତ୍ରୀ ଭାବରେ ଶୁଭେନ୍ଦୁ ଅଧିକାରୀ ଶପଥ ଗ୍ରହଣ କରିଥିଲେ । ଏହି ଅବସରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଞ୍ଚ ଉପରେ ଶୁଭେନ୍ଦୁ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।

ଏହି ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ତାଙ୍କୁ ଏକ ଗେରୁଆ ରଙ୍ଗର ଗାମୁଛା ମଧ୍ୟ ପ୍ରଦାନ କରିଥିଲେ, ଏହା ପରେ ସେଠାରେ ଉପସ୍ଥିତ ଲୋକମାନେ କରତାଳି ଦେଇଥିଲେ । ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଉଲ୍ଲେଖଯୋଗ୍ୟ ଯେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ, ଅଧିକାରୀ ମଧ୍ୟ ଏକ ସାଧାରଣ ସଭାରେ ଗେରୁଆ ଗାମୁଛା ଯୋଗୀ ଆଦିତ୍ୟନାଥଙ୍କୁ ଉପହାର ଦେଇ ପଶ୍ଚିମବଙ୍ଗରେ ସ୍ୱାଗତ କରିଥିଲେ ।

ସୂଚନାଯୋଗ୍ୟ, ଆଜି କୋଲକାତାରେ ପଶ୍ଚିମବଙ୍ଗର ପ୍ରଥମ ବିଜେପି ସରକାର ପାଇଁ ଏକ ଭବ୍ୟ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ଶାସିତ ରାଜ୍ୟର ଅନେକ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ନେତାମାନେ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ଥିଲେ । ଶୁଭେନ୍ଦୁଙ୍କ ସହିତ ଦିଲୀପ ଘୋଷ ଏବଂ ଅଗ୍ନିମିତ୍ର ପଲଙ୍କ ସମେତ ୫ ଜଣ ବିଧାୟକ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ।

Leave A Reply

Your email address will not be published.