Latest Odisha News

BREAKING NEWS

ଗଭୀର ସମୁଦ୍ରରେ ଚାଲିଛି ତେଲ ଚୋରି ରାକେଟ୍…ମାଧ୍ୟମ ସାଜିଛି ମାଛଧରା ବୋଟ୍

ପାରାଦ୍ଵୀପ:ଚୋରା ତେଲ ବ୍ୟବସାୟର ମୁଖ୍ୟ ମାଧ୍ୟମ ସାଜିଛି ମାଛଧରା ବୋଟ୍ । ପାରାଦ୍ଵୀପ ବନ୍ଦରକୁ ଆସୁଥିବା ଜାହାଜରୁ ତେଲ କାଢ଼ି ମାଛଧରା ବୋଟ ମାଧ୍ୟମରେ ଆଣି ଏହାକୁ ବିଭିନ୍ନ ସ୍ଥାନରେ ବିକ୍ରି କରୁଛନ୍ତି । ଏହି କାରବାରରେ ସାମିଲ ଅଛନ୍ତି ଆନ୍ଧ୍ରପ୍ରଦେଶର ମାଫିଆ ।ସୂଚନାଥାଉକି, ଗତକାଲି ବିଳମ୍ବିତ ରାତିରେ ଏକ ବୋଟ୍ କୁ ନେହେରୁବଙ୍ଗଳା ସାମୁଦ୍ରିକ ପୋଲିସ ଧରିଛି । ଗୋଟିଏ ବୋଟ୍ ରେ ପାଖାପାଖି ୨୦୦୦ ରୁ ୩୦୦୦ ଲିଟର ଡିଜେଲ ଥିଲା ।

ତେବେ ଜଣେ ଚୋରା ତେଲ ମାଫିଆକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି । ଉଭୟଙ୍କ ଘର ଆନ୍ଧ୍ର ପ୍ରଦେଶରେ। ସେମାନେ ପାରାଦ୍ଵୀପରେ ରହି ଏହି ଚୋରା ଡିଜେଲ ବ୍ୟବସାୟ କରୁଥିଲେ ।

ଏପଟେ ଏକ ସ୍ବତନ୍ତ୍ର ସିଣ୍ଡିକେଟ କାମ କରୁଥିବା ସନ୍ଦେହ କରି ପୋଲିସ ଖୋଳତାଡ କରୁଛି ।

Leave A Reply

Your email address will not be published.