Latest Odisha News

BREAKING NEWS

ବାଲିଅନ୍ତା ଓ ବାଲିପାଟଣା ଘଟଣାରେ ପୋଲିସ ଡିଜିଙ୍କ ସମୀକ୍ଷା; କହିଲେ କିଛି ତ୍ରୁଟି ଥିଲେ…

ଭୁବନେଶ୍ବର: ବାଲିଅନ୍ତା ଓ ବାଲିପାଟଣା ଘଟଣା ସମୀକ୍ଷା ପରେ ପୋଲିସ ଡିଜି ପ୍ରତିକ୍ରିୟା ଦେଇଛନ୍ତି । ଯଦି କିଛି ତ୍ରୁଟି ଥାଏ ସୁଧାରିବୁ, ଅପଗ୍ରେଡ୍‌ ଦରକାର ଥିଲେ କରିବୁ ବୋଲି କହିଛନ୍ତି ଡିଜିପି ୱାଇ ବି ଖୁରାନିଆ।

ଉକ୍ତ ସମୀକ୍ଷା ବୈଠକରେ ଆଇଜି, ଡିଆଇଜି, ଏସ୍ପି, ପୋଲିସ କମିଶନର, ଦୁଇଜଣ ଡିସିପି ଏବଂ ରେଳବାଇ ଏସ୍ପିଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

“ବାଲିଅନ୍ତା ଏବଂ ବାଲିପାଟଣା ଘଟଣାର ତଦନ୍ତର ଅଗ୍ରଗତି ଏବଂ ଜନସାଧାରଣଙ୍କ ବିଶ୍ୱାସ ଫେରାଇ ଆଣିବା ପାଇଁ ପଦକ୍ଷେପ ସମ୍ପର୍କରେ ମୁଁ ଭୁବନେଶ୍ୱର ୟୁପିଡି ଏବଂ କମିଶନରେଟ୍ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲି। ସାମ୍ପ୍ରତିକ ଗଣମାଧ୍ୟମ ରିପୋର୍ଟ ଲୋକଙ୍କ ମଧ୍ୟରେ ଅସୁରକ୍ଷିତ ଭାବନା ସୃଷ୍ଟି କରିଥିବା ପରି ମନେ ହେଉଛି” ବୋଲି ଡିଜିପି ସାମ୍ବାଦିକମାନଙ୍କୁ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଲୋକଙ୍କ ସୁରକ୍ଷା ପାଇଁ ସରକାର ଆମକୁ ସବୁ ଯୋଗାଇ ଦେଇଛନ୍ତି’। ପୋଲିସ ଠିକ୍‌ ସମୟରେ ଘଟଣାସ୍ଥଳରେ ପହଞ୍ଚି ପାରିଥିଲା। ମାତ୍ର ଭିଡ଼କୁ ସାମ୍ନା କରି ସୌମ୍ୟକୁ ବଞ୍ଚାଇ ପାରିନଥିଲା। ସେଥିପାଇଁ ୪ ଜଣ ପୋଲିସ ସସ୍‌ପେଣ୍ଡ୍‌ ହୋଇଛନ୍ତି। ପୋଲିସ ପ୍ରଶାସନର ଯେଉଁଠି ତ୍ରୁଟି ରହିଛି ଗଣମାଧ୍ୟମ ଜଣାଇବା ଭଲ। ଯେଉଁଠି ପୋଲିସ ସଠିକ୍‌ ପଦକ୍ଷେପ ନେଉଛି, ତାହା ମଧ୍ୟ ସାମ୍ନାକୁ ଆସୁ। କିଛି ଘଟଣା ଘଟୁଥିଲା ବେଳେ ଲୋକଙ୍କ ହସ୍ତକ୍ଷେପ ଆଇନର ଅଧିକାର।ମାତ୍ର କାହାକୁ ପିଟିବା ଅଧିକାର ଆଇନ କାହାକୁ ଦେଇନି, ନ୍ୟାୟଳୟ ଅଛି।

 

Leave A Reply

Your email address will not be published.