Latest Odisha News

BREAKING NEWS

ବାଲିଅନ୍ତା ହତ୍ୟା ମାମଲାରେ ଆଉ ଜଣେ ଗିରଫ, ୧୨ରେ ପହଞ୍ଚିଲା ଗିରଫଦାରୀ

ଭୁବନେଶ୍ୱର: ବାଲିଅନ୍ତାରେ GRP କନେଷ୍ଟବଳ ସୌମ୍ୟ ରଞ୍ଜନ ହତ୍ୟା ମାମଲାରେ ଆଉ ଜଣେ ଗିରଫ। ତଦନ୍ତ ଦାୟିତ୍ବ ନେବା ପରେ କ୍ରାଇମବ୍ରାଞ୍ଚ ଜଣଙ୍କୁ ଗିରଫ କରିଛି। ଜଣେ ବ୍ୟକ୍ତିକୁ ଗିରଫ କରିବା ପରେ ୧୨ରେ ପହଞ୍ଚିଲା ଗିରଫଦାରୀ ସଂଖ୍ୟା। ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାକୁ କ୍ରାଇମବ୍ରାଞ୍ଚ ଟିମ୍ ଉଦ୍ୟମ ଜାରି ରଖିଛି ।

କ୍ରାଇମବ୍ରାଞ୍ଚର ତଦନ୍ତ ଆଜି (ମଙ୍ଗଳବାର) ତୃତୀୟ ଦିନରେ ପହଞ୍ଚିଛି। କ୍ରାଇମବ୍ରାଞ୍ଚ ଗତକାଲି ବିଳମ୍ବିତ ରାତିରେ ଗିରଫ କରିଥିବା ବଣ୍ଟିକୁ ଜେରା କରୁଛି। ଆଜି ସନ୍ଧ୍ୟା ସୁଦ୍ଧା ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବାକୁ ଥିବା ସୂଚନା ମିଳିଛି। ପୂର୍ବରୁ କମିଶନରେଟ୍ ପୋଲିସ ଦୁଇଟି ପର୍ଯ୍ୟାୟରେ ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ବର୍ତ୍ତମାନ ସମସ୍ତେ ଜେଲରେ ଅଛନ୍ତି।

ଘଟଣାସ୍ଥଳରୁ ଭାଇରାଲ ହୋଇଥିବା ଭିଡିଓରେ ୫୦ରୁ ଅଧିକ ଲୋକ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ତେବେ ଭିଡିଓକୁ ଆଧାର କରି ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା କ୍ରାଇମବ୍ରାଞ୍ଚ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି। ଅନ୍ୟପକ୍ଷରେ ଗିରଫଦାରୀ ଭୟରେ ଘଟଣାରେ ସମ୍ପୃକ୍ତ ଥିବା ବେଣୁପୁର ଏବଂ ଆଖପାଖ ଗାଁରେ ପୁରୁଷମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି। କ୍ରାଇମବ୍ରାଞ୍ଚର ଏକାଧିକ ଟିମ୍ ଅଭିଯୁକ୍ତମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି ବୋଲି, SP ଅନିରୁଦ୍ଧ ରାଉତରାୟ ସୂଚନା ଦେଇଛନ୍ତି।

Leave A Reply

Your email address will not be published.