Latest Odisha News

BREAKING NEWS

ଓଡ଼ିଶା ଆସିବେ ନୀତିନ ନବୀନ

ଭୁବନେଶ୍ୱର: ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ନୀତିନ ନବୀନ। ଖୁବ୍‌ଶୀଘ୍ର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୧୮ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଓଡ଼ିଶା ଆସିବେ। ରାଜ୍ୟ ମୁଖ୍ୟାଳୟରେ ଜିଲ୍ଳାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବେ। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିବେ ନୀତିନ।

ନୀତିନ ନବୀନଙ୍କ ଏହି ଗସ୍ତ ବେଶ୍ ଗୁରୁତ୍ବ ବହନ କରୁଛି। ନୀତିନଙ୍କ ସ୍ବାଗତ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି ରାଜ୍ୟ ବିଜେପି। ତେବେ ନୀତିନ ନବୀନଙ୍କ ଗସ୍ତକୁ ନେଇ ମଙ୍ଗଳବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିବ ବଡ଼ ବୈଠକ। ପୂର୍ବାହ୍ନ ସମୟରେ ବସିବ ବୈଠକ। ଏହି ବୈଠକରେ ରାଜ୍ୟ ବରିଷ୍ଠ ନେତା, ବିଜେପିର ରାଜ୍ୟ ପଦାଧିକାରୀ ଯୋଗ ଦେବେ। ବିଜେପି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ଅନ୍ତର୍ଗତ ରାଜ୍ୟ ପଦାଧିକାରୀ, ଜିଲ୍ଲା ପଦାଧିକାରୀ, ମଣ୍ଡଳ ସଭାପତି, ମଣ୍ଡଳ ସାଧାରଣ ସମ୍ପାଦକ, ତଥା ଜିଲ୍ଲାର ପ୍ରମୁଖ ନେତୃବୃନ୍ଦ ଯୋଗ ଦେବେ ।

Comments are closed.