Latest Odisha News

BREAKING NEWS

ବିଜେଡିରୁ ବ୍ଲକ ଅଧ୍ୟକ୍ଷଙ୍କ ଇସ୍ତଫା ଦେବା ପରେ ନୟାଗଡ଼ ରାଜନୀତିରେ ହଟଚମଟ

ନୟାଗଡ଼: ନୟାଗଡ଼ ରାଜନୀତିରେ ହଟଚମଟ । ଜଣକ ପରେ ଜଣେ ବିଜେଡି କର୍ମୀ, ନେତା ଦଳ ଛାଡ଼ୁଛନ୍ତି। ନୟାଗଡ ବ୍ଲକ୍ ଅଧ୍ୟକ୍ଷ କିଶୋର ସାହୁ ବିଜେଡିରୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। କିଶୋର ସାହୁ ତାଙ୍କ ଇସ୍ତଫାପତ୍ର ଜିଲ୍ଲା ସଭାପତି ଏବଂ ରାଜ୍ୟ ସଭାପତିଙ୍କ ପାଖକୁ ପଠାଇଛନ୍ତି। ସେ ବ୍ୟକ୍ତିଗତ କାରଣ ପାଇଁ ଦଳ ଛାଡ଼ୁଛି ବୋଲି ଦର୍ଶାଇଛନ୍ତି।

ନିକଟରେ କିଶୋର ସାହୁ ବିଜେଡି ଛାଡ଼ିବା ନେଇ ନୟାଗଡ଼ ରାଜନୀତିରେ ଚର୍ଚ୍ଚା ହେଉଥିଲା। ଆଜି ସେ ବିଧିବଦ୍ଧ ଭାବେ ଇସ୍ତଫା ଦେଇଛନ୍ତି। ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଜଣେ ଦୃଢ଼ ସମର୍ଥକ ଭାବେ ଜଣାଶୁଣା କିଶୋର ସାହୁ ସରପଞ୍ଚ ଓ ବ୍ଲକ ଅଧ୍ୟକ୍ଷ ପଦରେ କାର୍ଯ୍ୟ କରିଥିଲେ। ଏହା ପୂର୍ବରୁ ବିଧାୟକଙ୍କ ଦୃଢ଼ ସମର୍ଥକ ସମବାୟ ବ୍ୟାଙ୍କ ସଭାପତି ରବୀନ୍ଦ୍ର କୁମାର ସାହୁ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ଜଣକ ପରେ ଜଣେ ଦୃଢ଼ ଅନୁଗତ ଦଳ ଛାଡ଼ିବା ବିଧାୟକଙ୍କ ପାଇଁ ବଡ଼ ଧକ୍କା ବୋଲି ନୟାଗଡ଼ରେ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.