Latest Odisha News

BREAKING NEWS

କରୋନା ଆତଙ୍କ; ୧୦ ଦିନରେ ନିର୍ମିତ ହେଲା ୧୦୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ

ଉହାନ : ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି କରିଥିବା କରୋନା ଭାଇରସ କାୟା ବିସ୍ତାର କରୁଛି । ଏହାର ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । କରୋନା ମୃତ୍ୟୁ ସଂଖ୍ୟା ୩୬୧କୁ ଛୁଇଁବା ସହିତ ୧୭,୨୦୫ରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି ।

ତେବେ କରୋନାର ମୁକାବିଲା କରିବା ପାଇଁ ଚୀନ ସରକାର ଅସ୍ଥାୟୀ ଚିକିତ୍ସା ସୁବିଧା କରୁଛନ୍ତି । କରୋନାର କେନ୍ଦ୍ରସ୍ଥଳ ଉହାନରେ ୧୦୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କରୁଛନ୍ତି । ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଥିବା ଏହି ହସ୍ପିଟାଲର ଦାୟିତ୍ୱ ଚୀନ ସେନାକୁ ଦିଆଯାଇଥିଲା । ଯେଉଁଥିରେ ଘାତକ କରୋନା ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା କରାଯିବ ।

ସୂଚନା ମୁତାବକ, ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ୧୦ ଦିନ ପରେ ୧୦୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା କରାଯିବ । ଯାହାକୁ ‘ଫାୟାର ଗର୍ଡ ମାଉଣ୍ଟେନ’ ନାମରେ ନାମିତ କରାଯାଇଛି ।

ସପ୍ତାହେରୁ ଅଧିକ ସମୟ ଧରି ଭାଇରସ ବ୍ୟାପିଥିବା କ୍ଷେତ୍ରର ୧୧ ମିଲିୟନ ଲୋକ ଡାକ୍ତରଙ୍କୁ ଦେଖାଇବା ପାଇଁ ଘଣ୍ଟା ଘଣ୍ଟା ଲାଇନରେ ଅପେକ୍ଷା କରୁଥିବା ଅଭିଯୋଗ କରିଛନ୍ତି ।

ଅନ୍ୟ ଏକ ଅସ୍ଥ୍ରାୟୀ ହସପିଟାଲ ‘ଥଣ୍ଡର ଗର୍ଡ ମାଉଣ୍ଟେନ ’, ଭାଇରସ ଆକ୍ରାନ୍ତ ରୋଗୀଙ୍କୁ ଭର୍ତ୍ତି କରିବା ପାଇଁ ପ୍ରସ୍ତୁତ ଅଛି ।

Leave A Reply

Your email address will not be published.