Latest Odisha News

ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡିଶାର କେଉଁସବୁ ସ୍ଥାନରେ ବର୍ଷା ସମ୍ଭାବନା, ଜାଣନ୍ତୁ

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ୯ଟି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଚରଣ ବେହେରା ସୋମବାର ଦିନ କହିଛନ୍ତି, ଦକ୍ଷିଣ କୋଙ୍କଣ, ଗୋଆ ଉପକୂଳ ଓ ବାଂଲାଦେଶର କେନ୍ଦ୍ର ଭାଗରେ ଦୁଇଟି ସାଇକ୍ଲୋନିକ୍ ଷ୍ଟର୍ମ ଦେଖାଦେଇଛି । ଯାହାର ପ୍ରଭାବରେ ଗଜପତି, ଗଞ୍ଜାମ, ସୁନ୍ଦରଗଡ, ନୟାଗଡ, କନ୍ଧମାଳ, ରାୟଗଡା, କୋରାପୁଟ, କଳାହାଣ୍ଡି, ନୂଆପଡା ଆଦି ଜିଲ୍ଲା ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଘଡଘଡି ସହ ବର୍ଷା ଆଶଙ୍କା ରହିଛି।

ଆହୁରି ମଧ୍ୟ ଆଇଏମଡି ପକ୍ଷରୁ ଏହି ସମୟ ମଧ୍ୟରେ ରାଜ୍ୟର କଳାହାଣ୍ଡି, କନ୍ଧମାଳ ଓ ଅନୁଗୁଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡି ଲାଗି ହଳଦିଆ ୱାର୍ଣ୍ଣିଂ ଜାରି ହୋଇଥିବା ନେଇ ସେ କହିଛନ୍ତି ।

ସେହିପରି ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାତ୍ରୀର ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବ ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି । ତେବେ ରାତ୍ରୀର ତାପମାତ୍ରା ପାଖାପାଖି ୧୫ ଡିଗ୍ରୀ ମଧ୍ୟରେ ରହିବ, ଯାହାଫଳରେ ଶୀତ ଲହରୀ ଭଳି ସ୍ଥିତି ଦେଖାଦେବ ନାହିଁ ।

Leave A Reply

Your email address will not be published.