Latest Odisha News

BREAKING NEWS

ଜମିବାଡ଼ି ବିବାଦ: ଡାକ୍ତରଙ୍କୁ ପିଟିପିଟି ମାରିଦେଲେ

କେନ୍ଦ୍ରାପଡ଼ା: କିଛି ଦିନ ତଳେ ବାଲିଅନ୍ତା ଘଟଣା ସାରା ରାଜ୍ୟକୁ ଦୋହଲାଇ ଦେଇଥିଲା। ନେତାଠୁ ଜନତା ସବୁ ମହଲରେ ହୁଲୁସ୍ତୁଲ ହୋଇଥିଲା। ଜିଆରପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ କିଛି ଲୋକେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ଘଟିବାର କିଛି ଦିନ ନବିତୁଣୁ ଏବେ ଜଣେ ଡାକ୍ତରଙ୍କୁ ସମାନ ଏପରି ଭାବେ ହତ୍ୟା କରାଯାଇଛି। ଜମିବାଡ଼ି ବିବାଦରୁ ଡାକ୍ତରଙ୍କୁ ପିଟିପିଟି ମାରିଦେଲେ। ବଡ଼ଭାଇ ପରିବାର ଲୋକଙ୍କ ସଂଘବଦ୍ଧ ଆକ୍ରମଣରେ ସାନଭାଇ ମୃତ। ମହାକାଳପଡ଼ା ଥାନା ବାରଡାଙ୍ଗ ନାଉରୀ ସାହିରେ ଘଟିଛି ଏହି ହତ୍ୟାକାଣ୍ଡ। ଘଟଣାରେ ୪ ଜଣ ଅଟକ ଅଛନ୍ତି।

ମୃତ ଯୁବକ ଗୋଲକ ଚନ୍ଦ୍ର ନାଉରୀ। ସେ ଜଣେ ହୋମିଓପାଥି ଡାକ୍ତର ବୋଲି ଜଣାପଡିଛି । ଗୁରୁବାର ବିଳମ୍ବିତ ରାତିରେ ଗୋଲକ ଏବଂ ତାଙ୍କ ବଡ ଭାଇ ଅଭୟଙ୍କ ମଧ୍ୟରେ ପୂର୍ବ ଜମିବାଡି ବିବାଦକୁ ନେଇ ପାଟିତୁଣ୍ଡ ହୋଇଥିଲା। ଗଣ୍ଡଗୋଳ ବଢ଼ିବାରୁ ଅଭୟ ଏବଂ ତାଙ୍କ ପରିବାରର ଅନ୍ୟ ମାନେ ମିଶି ଗୋଲକଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଗୋଲକ ଅଚେତ୍ ହୋଇ ତଳେ ପଡିଯିବା ପରେ ମଧ୍ୟ ଆକ୍ରମଣକାରୀଙ୍କ ମନ ଶାନ୍ତି ହୋଇନଥିଲା। ବଞ୍ଚିବାକୁ ବି ସୁଯୋଗ ଦେଲେନି। ସମସ୍ତ ମିଶି ତାଙ୍କୁ ମରିବା ପର୍ଯ୍ୟନ୍ତ ମାଡ ମାରି ଚାଲିଥିଲେ।

ଗୁରୁତର ଅବସ୍ଥାରେ ପରିବାର ଲୋକେ ଗୋଲକଙ୍କୁ ପ୍ରଥମେ ମହାକାଳପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। କିନ୍ତୁ ତାଙ୍କୁ ସେଠାରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଅଭୟଙ୍କ ସମେତ ମୋଟ ୪ ଜଣଙ୍କୁ ଅଟକ ରଖିଛି।

Leave A Reply

Your email address will not be published.