Latest Odisha News

BREAKING NEWS

“Memshab”: ଓଡ଼ିଆ ଫିଲ୍ମ’ମେମସାହାବ’ ଟ୍ରେଲର ରିଲିଜ;ଦର୍ଶକ ଦେଖିବେ ସସପେନ୍ସ,ଥ୍ରିଲର ଓ ମର୍ଡର୍ ମିଷ୍ଟ୍ରି…

ଭୁବନେଶ୍ବର: ପୁଣି ପରଦାକୁ ଆସୁଛି ଆଉ ଏକ ଦମଦାର ଓଡ଼ିଆ ଫିଲ୍ମ । ସସପେନ୍ସ, ଥ୍ରିଲର ଓ ମର୍ଡର୍ ମିଷ୍ଟ୍ରିକୁ ନେଇ ରୂପେଲି ପରଦାକୁ ଆସୁଛି ଓଡ଼ିଆ ଫିଲ୍ମ ‘ମେମସାହାବ’ । ଏହି ଫିଲ୍ମ ମାଧ୍ୟମରେ ଅଭିନେତ୍ରୀ ପ୍ରିୟା ଚୌଧୁରୀ ଚାରି ବର୍ଷ ପରେ ପରଦାକୁ ଫେରିବେ । ନିକଟରେ ଫିଲ୍ମର ଟିଜର, ପୋଷ୍ଟର ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଏବେ ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଏପଟେ ଫିଲ୍ମ ମେ ୨୨ରେ ରିଲିଜ ହେବାକୁ ଯାଉଛି ।

 

View this post on Instagram

 

A post shared by Amara Muzik Odia (@amaramuzik)

୪ ବର୍ଷ ପରେ ପରଦାକୁ କମବ୍ୟାକ୍ କରିଛନ୍ତି ପ୍ରିୟା ,ଏହା ପୂର୍ବରୁ ୨୦୨୨ ରେ ଚଳଚିତ୍ର ‘ଲାଗେ ପ୍ରେମ ନଜର’ରେ ନଜର ଆସିଥିଲେ । ଫିଲ୍ମକୁ ନେଇ ପ୍ରିୟା କହିଛନ୍ତି, “ମୋ ଅଭିନୟ କ୍ୟାରିଅର ଭିତରେ ପୂର୍ବରୁ ଏଭଳି ଫିଲ୍ମ କରିନାହିଁ । ସସପେନ୍ସ ଆଉ ଥ୍ରୀଲରର ଏହି କାହାଣୀ ମୋ ପାଇଁ ଚ୍ୟାଲେଞ୍ଜିଙ୍ଗ ଥିଲା ସତ କିନ୍ତୁ ଏଥିରେ ମୁଁ ବହୁତ କିଛି ଶିଖିଲି । ଓଡିଶା ସହ ବାହାରେ ଅର୍ଥାତ ଆସାମ, ଦାର୍ଜିଲିଙ୍ଗରେ ସୁଟ କରିଛୁ । ବିନା ମେକଅପରେ ନାଚୁରାଲ ଲୁକ ସହ ଆଉଟ ହୋଇଛି । ପ୍ରଥମ ଥର ପାଇଁ ମୁଁ ଏମିତି ସିରିଆସ ଚରିତ୍ର କରିଛି । ସସପିଏନ୍ସ ସହ ଟ୍ଵିଷ୍ଟ ଥିବା ବେଳେ ଆଶା ଏହା ଲୋକଙ୍କୁ ବେଶ ଭଲ ଲାଗିବ ।”

ଏହି ଫିଲ୍ମରେ ପ୍ରିୟା ଚୌଧୁରୀ, ଚିତ୍ତରଞ୍ଜନ ତ୍ରିପାଠୀ, ସମ୍ଭବ ମାନସିଂହ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ।

ସିନେମାସ୍କୋପ୍ ସଲ୍ୟୁସନ୍ ଓ ଓଏମ୍ ଗ୍ରାଫିକ୍ସ ଏଣ୍ଟରଟେନମେଣ୍ଟର ମିଳିତ ପ୍ରୟାସରେ ନିର୍ମିତ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ବିଶ୍ୱ ଭୂଷଣ ମହାପାତ୍ର ଓ କାଳୀ ପ୍ରସାଦ ମିଶ୍ର। ପ୍ରଯୋଜକ ଭାବେ କାଳୀ ପ୍ରସାଦ ମିଶ୍ର ଦାୟିତ୍ୱ ତୁଳାଇଥିବା ବେଳେ ସହ-ପ୍ରଯୋଜକ ଅନିଲ ଯାଦବ ରହିଛନ୍ତି।

ଫିଲ୍ମର କାହାଣୀ ଓ ଚିତ୍ରନାଟ୍ୟ ଅମିତ କୁମାର ଦାଶ ଲେଖିଥିବା ବେଳେ ଡିଓପି ଭାବେ ବିଶ୍ୱ ଭୂଷଣ ମହାପାତ୍ର କାମ କରିଛନ୍ତି। ସିନେମାଟୋଗ୍ରାଫିର ଦାୟିତ୍ୱରେ ଅଛନ୍ତି କେ. ସୁନୀଲ ଓ ମନୋଜ ପାତ୍ର। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ୍ ତ୍ରିପାଠି ଓ ବନି ମହାନ୍ତି।

Leave A Reply

Your email address will not be published.