Latest Odisha News

BREAKING NEWS

ପୂନର୍ବାର ଆଉ ଏକ ବିବାଦରେ ଅର୍ଶଦୀପ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପେସ ବୋଲର ଅର୍ଶଦୀପ ସିଂ ପୂନର୍ବାର ଆଉ ଏକ ବିବାଦରେ ଫସିଛନ୍ତି । ନିକଟରେ ସେ ଚଳିତ ଆଇପିଏଲରେ ତିଳକ ବର୍ମାଙ୍କୁ ନେଇ ଏକ ବିବାଦୀୟ ଟିପ୍ପଣୀ ଦେଇଛନ୍ତି । ଯାହାକୁ ପ୍ରଶଂସକମାନେ ଟ୍ରୋଲ କରିଛନ୍ତି । ଜଣେ ପ୍ରଶଂସକ ଲେଖିଥିଲେ ପଞ୍ଜାବ କିଙ୍ଗସ ଆଇପିଏଲରୁ ହଟିଯିବା କଥା । ଆମକୁ କାହିଁକି ଅପମାନିତ କରୁଛ । ଏହାର ଜବାବରେ ଅର୍ଶଦୀପ ଲେଖିଥିଲେ ତୁମେ ପଞ୍ଜାବ ପାଇଁ କଣ କରିଛ ଯେ, ଅପମାନ ଅନୂଭବ କରୁଛ । ପରିବାର ସହ କୋଲ୍ଡ ଡ୍ରିଙ୍କସ, ଚିପ୍ସ ଖାଇ ଆମକୁ ପଞ୍ଜାବର ସମ୍ମାନ ରଖିବା ପାଇଁ ଉପଦେଶ ଦେଉଛନ୍ତି ।

ସ୍ନାପଚ୍ୟାଟରେ ଅର୍ଶଦୀପଙ୍କ ଏହି ବୟାନ ଏବେ ଭାଇରାଲ ହେବାରେ ଲାଗିଛି । ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ସେ ତିଳକ ବର୍ମାଙ୍କୁ ଅନ୍ଧେରା କହିଥିଲେ । ତିଳକଙ୍କ ରଙ୍ଗକୁ ନେଇ ସେ ଏହା କହିଥିବା ଅନୁମାନ କରାଯାଉଛି । ପ୍ରଶଂସକମାନେ ଏହାକୁ ଗ୍ରହଣ କରିପାରି ନ ଥିଲେ । ସେମାନେ ଅର୍ଶଦୀପଙ୍କୁ ସୋସିଆଲ ମିଡିଆରେ ସମାଲୋଚନା କରିଛନ୍ତି । ସେ ସାଈ ସୁଦର୍ଶନଙ୍କୁ ନେଇ ମଧ୍ୟ ବିବାଦୀୟ ବୟାନ ଦେଇଥିଲେ । ପଞ୍ଜାବ ଚଳିତ ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରୁଥିବା ବେଳେ ହଠାତ ୫ଟି ମ୍ୟାଚରେ ପରାଜିତ ହୋଇ ପ୍ଲେ ଅଫ ପ୍ରବେଶ ପାଇଁ ସଂଘର୍ଷ କରୁଛି ।

Leave A Reply

Your email address will not be published.