ନୂଆଦିଲ୍ଲୀ: ସୁପରଷ୍ଟାର କଲଚରକୁ ନେଇ ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳି ରାହୁଲ ଡ୍ରାଭିଡ ଓ ଗୌତମ ଗମ୍ଭୀର ମୁହାଁ ମୁହିଁ ହୋଇଛନ୍ତି । ଟିମ ଇଣ୍ଡିଆ କୋଚ ଗମ୍ଭୀର ଏହି କଲଚରକୁ ଶେଷ କରିବା ପାଇଁ ଜୋର ଦେଉଛନ୍ତି । ତେବେ ଏହାକୁ ଡ୍ରାଭିଡ ବିରୋଧ କରିଛନ୍ତି । ପ୍ରତ୍ୟେକ ଖେଳ ନିଜର ହୀରୋ ଚାହେଁ । ଜଣେ ଖେଳାଳି ଭଲ ପ୍ରଦର୍ଶନ ନ କରି କେବେ ହେଲେ ସୁପରଷ୍ଟାର କିମ୍ବା ସମସ୍ତଙ୍କ ପ୍ରିୟ ହୋଇ ପାରିବନି । ଅନ୍ୟମାନଙ୍କ କଳ୍ପନା ଓ ଆଶାର ଅଂଶବିଶେଷ ହେବା ଏତେ ସହଜ ନୁହେଁ ।
ଡ୍ରାଭିଡ ଏହି ଅବସରରେ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ଭିଭିଏସ ଲକ୍ଷ୍ମଣ ଓ ବୀରେନ୍ଦ୍ର ସେହ୍ୱାଗଙ୍କ ପରି ଷ୍ଟାର ଖେଳାଳିଙ୍କ ଯୋଗୁ ଭାରତୀୟ କ୍ରିକେଟ ନୂଆ ପରିଚୟ ପାଇଥିଲା । ଟେଷ୍ଟ କ୍ରିକେଟରେ ବିରାଟ କୋହଲି, ରୋହିତ ଶର୍ମା ଓ ରବିଚନ୍ଦ୍ରନ ଅଶ୍ୱୀନଙ୍କ ସ୍ଥାନ ଭରଣା କରିବା ଏତେ ସହଜ ନୁହେଁ । ସେ ଏହି ଅବସରରେ ଗମ୍ଭୀରଙ୍କ କାର୍ଯ୍ୟକାଳରେ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜରେ ଭାରତର ପରାଜୟ ଗ୍ରହଣୀୟ ହୋଇ ନ ଥିଲା । ଏହା ସତ୍ୱେ ଭାରତୀୟ କ୍ରିକେଟ ଏବେ ଦୃଢ଼ ସ୍ଥିତିରେ ରହିଛି । ଖୁବ ଶୀଘ୍ର ସମସ୍ତ ଫର୍ମାଟରେ ଭାରତ ତାର ସ୍ଥିତି ମୁଜଭୁତ କରିବ ବୋଲି କହିଛନ୍ତି ।