Latest Odisha News

BREAKING NEWS

ପ୍ରେମରେ ପଡିଛନ୍ତି କି ତିଳକ ବର୍ମା

ମୁମ୍ବାଇ: ଆଇପିଏଲ ଚାଲିଥିବମାନେ ତାହା ସହିତ ସମାନ୍ତରଳ ଭାବେ ପ୍ରେମ କାହାଣୀ ସୃଷ୍ଟି ହୋଇଥାଏ । ପ୍ରତ୍ୟେକ ସଂସ୍କରଣରେ ଏ ଭଳି ଅନେକ ପ୍ରେମ କାହାଣୀ ତିଆରି ହୋଇଥାଏ । ଏହା ମଧ୍ୟରେ କେତେକ ସତ ହୋଇଥିବା ବେଳେ ଅଧିକାଂଶ ଗୁଜବ ସାବ୍ୟସ୍ତ ହୋଇଥାଏ । ଏବେ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବ୍ୟାଟ୍ସମ୍ୟାନ ତିଳକ ବର୍ମା ପ୍ରେମରେ ପଡିଥିବା ଖବର ପ୍ରକାଶ ପାଇଛି । ତାଙ୍କ ନାମ ଏବେ ତେଲୁଗୁ ଅଭିନେତ୍ରୀ ଶ୍ରୀଲୀଲାଙ୍କ ସହ ଯୋଡାଯାଇଛି । ସୋସିଆଲ ମିଡିଆରେ ଏହି ଖବର ଏବେ ଭାଇରାଲ ହେବାରେ ଲାଗିଛି ।

ଶ୍ରୀଲୀଲା ଓ ତିଳକଙ୍କୁ ବାରମ୍ବାର ଏକତ୍ର ଦେଖିବାକୁ ମିଳୁଥିବାରୁ ଏହି ଗୁଜବ ସୃଷ୍ଟି ହୋଇଛି । ଅବଶ୍ୟ ଏହାର ସତ୍ୟତା କେବଳ ତିଳକ କିମ୍ବା ଶ୍ରୀଲୀଲା ଜାଣିଥିବେ । ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା । ତିଳକ ଏହି ମ୍ୟାଚରେ ୭୫ ରନ କରି ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ । ଶ୍ରୀଲୀଲାଙ୍କ ସହ ଆସିଥିବା ଟିମ ମଧ୍ୟରୁ ଜଣେ ତିଳକ ଲେଖା ଥିବା ଜର୍ସି ପିନ୍ଧିଥିଲେ । ଅବଶ୍ୟ ଏହି ଖବରର ସତ୍ୟତା ଆଇପିଏଲ ପରେ ଅବଶ୍ୟ ଜଣାପଡିବ ।

Leave A Reply

Your email address will not be published.