କଟକ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅପିଲ୍ ପରେ ଦେଶ ଏବେ ଇନ୍ଧନ ସଂରକ୍ଷଣ ଉପରେ ଗୁରୁତ୍ୱ ଦେଉଛି। ତେବେ ତୈଳ ସଂକଟକୁ ଦୃଷ୍ଟିରେ ରଖି ଭର୍ଚୁଆଲ୍ ମୋଡରେ ଚାଲିବ ଓଡିଶା ହାଇକୋର୍ଟ । ଆସନ୍ତା ୧୯ ଓ ୨୧ରେ ଭର୍ଚୁଆଲ୍ ମୋଡରେ ହାଇକୋର୍ଟ ଚାଲିବ।
ଏହାସହିତ ଗ୍ରୀଷ୍ମ ଅବକାଶକାଳୀନ କୋର୍ଟ ଭର୍ଚୁଆଲ୍ ମୋଡରେ ହେବ । ଏହି ସମୟରେ ମାତ୍ର ୫୦% କର୍ମଚାରୀ କୋର୍ଟରେ ଉପସ୍ଥିତ ରହିବେ । ଭର୍ଚୁଆଲ ମୋଡ୍ ନେଇ ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି ।
ସୂଚନାଥାଉକି, ତୈଳ ସଙ୍କଟକୁ ନେଇ ସୁପ୍ରିମକୋର୍ଟ ମଧ୍ୟ ନିଜ କାର୍ଯ୍ୟଶୈଳୀରେ ବଡ଼ ପରିବର୍ତ୍ତନ କରିଛନ୍ତି। ଏଣିକି ସପ୍ତାହରେ ଦୁଇ ଦିନ ୱାର୍କ ଫ୍ରମ ହୋମ୍ ଓ ଭର୍ଚୁଆଲ୍ ଶୁଣାଣିର ହେବ ବୋଲି ନିଷ୍ପତ୍ତି ହୋଇଛି।