Latest Odisha News

BREAKING NEWS

Norway Journalist Helle Lyng:ମିଡିଆ ଇଭେଣ୍ଟ ବିବାଦ ପରେ ନରୱେ ସାମ୍ବାଦିକାଙ୍କ ଇନଷ୍ଟା-ଫେସବୁକ ଆକାଉଣ୍ଟ ହେଲା ସସପେଣ୍ଡ !

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୟୁରୋପୀୟ ଗସ୍ତ ସମୟରେ ଏକ ପ୍ରଶ୍ନ ପଚାରି ହଠାତ୍ ଚର୍ଚ୍ଚାକୁ ଆସିଛନ୍ତି ନରୱେ ସାମ୍ବାଦିକା ହେଲେ ଲିଙ୍ଗ। । ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ଏବଂ ଟ୍ରୋଲିଂ ମଧ୍ୟରେ ହେଲେ ଏବେ ଦାବି କରିଛନ୍ତି ଯେ ତାଙ୍କର ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ଆକାଉଣ୍ଟଗୁଡ଼ିକୁ ସସପେଣ୍ଡ କରାଯାଇଛି।

ଓସ୍ଲୋ ସ୍ଥିତ ଖବରକାଗଜ ଡାଗସାଭିସେନ(Dagsavisen)ରେ କାମ କରୁଥିବା ହେଲା ଲିଙ୍ଗ ଟ୍ୱିଟ୍ କରି କହିଛନ୍ତି, “ଯଦି ଆପଣ ଇନଷ୍ଟାଗ୍ରାମ କିମ୍ବା ଫେସବୁକରେ ମୋ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛନ୍ତି, ତେବେ ମୁଁ ଆପଣଙ୍କୁ ଜଣାଇବାକୁ ଚାହୁଁଛି ଯେ ମୋର ଦୁଇଟି ଆକାଉଣ୍ଟକୁ ସସପେଣ୍ଡ କରାଯାଇଛି।ମୁଁ ଯଥାସମ୍ଭବ ଅଧିକ ଭାରତୀୟଙ୍କୁ ପ୍ରତିଉତ୍ତର ଦେବାକୁ ଚାହୁଁଥିଲି, କିନ୍ତୁ ଏବେ ମୋର ପ୍ରତିଉତ୍ତର ବିଳମ୍ବ ହେବ। ମୁଁ ଆଶା କରୁଛି ମୁଁ ମୋର ଆକାଉଣ୍ଟ ଫେରି ପାଇବି।”

ସେ ଆହୁରି ଲେଖିଛନ୍ତି, ‘ପ୍ରେସ୍ ଫ୍ରିଡମ ପାଇଁ ଏହା ଏକ ଛୋଟ ମୂଲ୍ୟ, କିନ୍ତୁ ମୁଁ ପୂର୍ବରୁ ଏପରି କିଛି ଅନୁଭବ କରିନାହିଁ।’

ସୂଚନାଥାଉକି, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ନରୱେ ପ୍ରତିପକ୍ଷଙ୍କ ମଧ୍ୟରେ ମିଳିତ ପ୍ରେସ ବ୍ରିଫିଂ ପରେ ଯେତେବେଳେ କକ୍ଷ ଛାଡି ବାହାରକୁ ଯାଉଥିଲେ, ସେତେବେଳେ ସମଗ୍ର ଘଟଣାଟି ଆରମ୍ଭ ହୋଇଥିଲା। ହେଲେ ଲିଙ୍ଗ ପଛରୁ ପଚାରିଲେ, ” ବିଶ୍ୱର ସବୁଠାରୁ ସ୍ୱାଧୀନ ପ୍ରେସର କିଛି ପ୍ରଶ୍ନଗୁଡ଼ିକର ଉତ୍ତର କାହିଁକି ଦେଉନାହାନ୍ତି?’ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶ୍ନ ଶୁଣିଛନ୍ତି କି ନାହିଁ ତାହା ସ୍ପଷ୍ଟ ନୁହେଁ, କିନ୍ତୁ ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଏହି ଘଟଣା ପରେ, ସେହି ସାମ୍ବାଦିକା ଜଣକ ପୁଣି ଥରେ ବୈଦେଶିକ ମନ୍ତ୍ରଣାଳୟର ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ। ସେ ସିବି ଜର୍ଜଙ୍କୁ ପଚାରିଥିଲେ ଯେ ବିଶ୍ୱ କାହିଁକି ଭାରତ ଉପରେ ବିଶ୍ୱାସ କରିବା ଉଚିତ ଏବଂ ଭାରତରେ ମାନବାଧିକାର ଉଲ୍ଲଂଘନ ଶେଷ ହେବ କି? ସେ ଏହା ମଧ୍ୟ ପଚାରିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଗଣମାଧ୍ୟମର କଠିନ ପ୍ରଶ୍ନର ଉତ୍ତର ଦେବା ଆରମ୍ଭ କରିବେ କି?

ଭାରତୀୟ କୂଟନୀତିଜ୍ଞ ସିବି ଜର୍ଜ ଏହାର ଦୃଢ଼ ଜବାବ ଦେଇ କହିଥିଲେ ଯେ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥା ଏବଂ ସାମ୍ବିଧାନିକ ଅଧିକାର ସମ୍ପୂର୍ଣ୍ଣ ସୁଦୃଢ଼ ଓ ସ୍ବୟଂଶାସିତ ଅଟେ। ସିବି ଜର୍ଜ ଭାରତର ୫,୦୦୦ ବର୍ଷର ପୁରୁଣା ସଭ୍ୟତା, ସାମ୍ବିଧାନିକ ସୁରକ୍ଷା ବ୍ୟବସ୍ଥା ଏବଂ ସ୍ୱାଧୀନ ସଂସ୍ଥାଗୁଡ଼ିକର ଉଦାହରଣ ଦେଇ ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଦୃଢ଼ତାର ସହ ରଖିଥିଲେ। ସମ୍ପୃକ୍ତ ସାମ୍ବାଦିକା ଜଣକ ମଝିରେ ବାଧା ସୃଷ୍ଟି କରିବାରୁ ଜର୍ଜ ସିଧାସଳଖ କହିଥିଲେ, “ଆପଣ ପ୍ରଶ୍ନ ପଚାରନ୍ତୁ, କିନ୍ତୁ ମୁଁ କିଭଳି ଉତ୍ତର ଦେବି ସେକଥା ମୋତେ କୁହନ୍ତୁ ନାହିଁ।”

ଏହି ବିବାଦ ଆହୁରି ବଢ଼ିଗଲା ଯେତେବେଳେ ଜଣାପଡିଲା ଯେ ଘଟଣାର କିଛି ଦିନ ପୂର୍ବରୁ ହେଲେ ଲିଙ୍ଗଙ୍କ ‘X’ ଆକାଉଣ୍ଟ ଯାଞ୍ଚ (ବ୍ଲୁ ଟିକ୍) କରାଯାଇଥିଲା ଏବଂ ସେ ୨୦୨୪ମସିହାରୁ ପ୍ଲାଟଫର୍ମରେ ସକ୍ରିୟ ନଥିଲେ।

ଏହି ଘଟଣା ପରେ, ଭାରତୀୟ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଲିଙ୍ଗଙ୍କୁ ସମାଲୋଚନା କରିଥିଲେ ଏବଂ ତାଙ୍କୁ ପ୍ରବଳ ଟ୍ରୋଲ୍ କରିଥିଲେ। ଅନେକ ବ୍ୟବହାରକାରୀ ତାଙ୍କ ଅତୀତର ଲେଖାଗୁଡ଼ିକୁ ଉଲ୍ଲେଖ କରିଥିଲେ, ତାଙ୍କୁ “ଚାଇନିଜ୍ ପ୍ରକ୍ସି”, “ଗୁପ୍ତଚର” ଏବଂ “ବିଦେଶୀ ପ୍ଲାଣ୍ଟ” ବୋଲି କହିଥିଲେ, ତାଙ୍କ ଅତୀତର ଲେଖାଗୁଡ଼ିକୁ ବେଜିଂ ଏବଂ ସି ଜିନପିଙ୍ଗଙ୍କୁ ପ୍ରଶଂସା କରିବା ସହିତ ଉଲ୍ଲେଖ କରିଥିଲେ।

Leave A Reply

Your email address will not be published.