Latest Odisha News

BREAKING NEWS

୮୨ ବର୍ଷରେ ଡିଗ୍ରୀ ହାସଲ କଲେ ଟେନିସ ଖେଳାଳି

ନୂଆଦିଲ୍ଲୀ: ଜ୍ଞାନ ଆହରଣ କରିବାରେ ବୟସର କୌଣସି ସୀମା ନ ଥାଏ । ଆମେରିକାର ଟେନିସ ଖେଳାଳି ୱିଲି ଜିନ କିଙ୍ଗ ଏହା ପ୍ରମାଣିତ କରିଛନ୍ତି । ସେ ୮୨ ବର୍ଷ ବୟସରେ ଡିଗ୍ରୀ ହାସଲ କରିଛନ୍ତି । ଟେନିସ ର‌୍ୟାକେଟ ବଦଳରେ ସେ ସାର୍ଟିଫିକେଟ ଦେଖାଇ ଖୁସୀ ମନାଇଥିଲେ । କ୍ୟାଲିଫୋର୍ଣ୍ଣିଆ ଷ୍ଟେଟ ୟୁନିଭରସିଟିରେ ସେ ଇତିହାସ ବିଷୟରେ ବ୍ୟାଚେଲର ଅଫ ଆର୍ଟସର ଡିଗ୍ରୀ ପୂରଣ କରିଛନ୍ତି । ୧୯୬୧ରେ ସେ ଏହି କଲେଜରେ ପ୍ରଥମ ଥର ପାଇଁ ଆଡମିଶନ ନେଇଥିଲେ । ଡିଗ୍ରୀ ହାସଲ କରିବା ପରେ ମୋ ସ୍ୱପ୍ନ ସାକାର ହୋଇଛି ବୋଲି ସେ କହିଛନ୍ତିି ।

ବିଶ୍ୱର ଏକ ନମ୍ବର ମହିଳା ଟେନିସ ଖେଳାଳି ଏବଂ ୩୯ ଗ୍ରାଣ୍ଡ ସ୍ଲାମ ଜିତିବା ପଛରେ ଅନେକ ସଂଘର୍ଷ ରହିଛି ବୋଲି ସେ କହିିଛନ୍ତି । ୧୯୭୩ରେ ସେ ବ୍ୟାଟେଲ ଅଫ ଦି ସସେକ୍ସରେ ବବି ରିଗସଙ୍କୁ ହରାଇ ମହିଳା ଟେନିସକୁ ନୂଆ ପରିଚୟ ପ୍ରଦାନ କରିଥିଲେ । ୨ ବର୍ଷ ତଳେ ସେ ସଂକଳ୍ପ କରିଥିଲେ ମୁଁ ମୋ କଲେଜ ଡିଗ୍ରୀ ମୃତ୍ୟୁ ପୂର୍ବରୁ ନିଶ୍ଚିତ ଭାବେ ଶେଷ କରିଛି । ଏବେ ଏହା ହୋଇପାରିଥିବାରୁ ସେ ବେଶ ଖୁସୀ ଅଛନ୍ତି ।

Leave A Reply

Your email address will not be published.