Latest Odisha News

BREAKING NEWS

ବୃଦ୍ଧି ପାଇଛି ରତ୍ନଭଣ୍ଡାରରେ ଅଳଙ୍କାର ସଂଖ୍ୟା

ପୁରୀ: ଶେଷ ହେଲା ତ୍ରୟୋଦଶ ଦିନରେ ରତ୍ନ ଭଣ୍ଡାର ରତ୍ନ ଅଳଙ୍କାର ଗଣତି ମଣତି। ଗତକାଲି ୩ ଘଣ୍ଟା ୪୦ ମିନିଟ୍ ର ଗଣତି କାର୍ଯ୍ୟ ହୋଇଛି। ମୋଟ ଉପରେ ପାଖାପାଖି ୭୦ ଘଣ୍ଟାର ଗଣତି ସରିଛି। ଏନେଇ ସୂଚନା ଦେଲେ ଜଷ୍ଟିସ ରଥ। ଚଳନ୍ତି ଭଣ୍ଡାରରେ ୧୯୭୮ରେ ୩୧ ଅଳଙ୍କାର ଥିବାବେଳେ ଏବେ ଅଳଙ୍କାର ସଂଖ୍ୟା ୪୦ରେ ପହଞ୍ଚିଛି। ବାହାର ଭଣ୍ଡାରରେ ୧୯୭୮ ରେ ୧୩୧ ଅଳଙ୍କାର ଥିବା ବେଳେ ବର୍ତ୍ତମାନ ତାହା ୧୬୪ ରେ ପହଞ୍ଚିଛି ବୋଲି କହିଛନ୍ତି ଜଷ୍ଟିସ ରଥ। ତେବେ ଭିତର ଭଣ୍ଡାରରେ ଏହି ସଂଖ୍ୟା ୧୯୭୮ ତୁଳନାରେ ହ୍ରାସ ହୋଇପାରେ ବୋଲି ସେ କହିଛନ୍ତି।

୧୯୮୨ ରୁ ୧୯୮୫ ମଧ୍ୟରେ ଗୋଟିଏ ସୁନା ଓ ପ୍ରାୟ ୫୮ ରୂପାଟି ଠାକୁରଙ୍କ ଦ୍ୱାର ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହୋଇଛି ବୋଲି କହିଛନ୍ତି ଜଷ୍ଟିସ ରଥ। ତେବେ ଏବେ ଭିତର ଭଣ୍ଡାରର ପ୍ରାୟ ୧୫୦ ରୁ ଉର୍ଦ୍ଧ୍ବ ଅଳଙ୍କାର ଗଣତି ହୋଇଥିବାର ଅନୁମାନ କରାଯାଇପାରେ। ୧୯୭୮ ତାଲିକା ଅନୁଯାୟୀ ରତ୍ନ ଅଳଙ୍କାର ଗୁଡିକର ମେଳକ କରାଯାଉଛି। ମେଳକ ପୂର୍ବରୁ ରତ୍ନ ଚିହ୍ନଟ, ଓଜନ ମାପ, 3D ମ୍ୟାପିଙ୍ଗ ଓ ଭିଡିଓ ଗ୍ରାଫି, ଫୋଟୋ ଗ୍ରାଫି ସହ E CATALOGUE କରାଯାଉଛି।

ବିଭିନ୍ନ ରତ୍ନ ଗୁଡ଼ିକ ରତ୍ନ ବିଶାରଦ ମାନେ ଚିହ୍ନଟ କରି ରଖୁଛନ୍ତି । ଗଣତି ପରେ ମେଳକ କରାଯାଇ ୨୦୨୯ ମସିହାର ନୂଆ ଟ୍ୟାଗ ଲଗାଯିବା ସହ ଏକ ଛୋଟ ଷ୍ଟିଲ ବାକ୍ସ ରେ ଚାବି ଦେଇ ତାକୁ ନବନିର୍ମିତ ସିନ୍ଦୁକରେ ରଖାଯାଉଛି । ଚଳିତ ମାସରେ ଆଉ ୪ ଦିନ ହେବ ଭିତର ଭଣ୍ଡାରରେ ଗଣତି ମଣତି ।

Leave A Reply

Your email address will not be published.