Latest Odisha News

BREAKING NEWS

ତୈଳ ସଙ୍କଟ ମଧ୍ୟରେ ଫାଟିଲା ପାଇପ୍: ବୋହିଗଲା ଲକ୍ଷାଧିକ ଲିଟର ପେଟ୍ରୋଲ

ପାରାଦୀପ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଜାରି ରହିଥିବାବେଳେ, ସମଗ୍ର ବିଶ୍ବରେ ପେଟ୍ରୋଲ ଡିଜେଲର ନିଅଣ୍ଟିଆ ସ୍ଥିତି ଦେଖିବାକୁ ମିଳିଛି । ଯୋଗାଣ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ଆଶଙ୍କାରେ ବିଭିନ୍ନ ସ୍ଥାନରେ ପେଟ୍ରୋଲ ପମ୍ପଗୁଡ଼ିକରେ ତେଲ ପରିମାଣ ସୀମିତ କରାଯାଇଛି । ପ୍ରାୟ ଅଧିକାଂଶ ପେଟ୍ରୋଲ ପମ୍ପ ଗୁଡିକରେ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳୁଥିବାବେଳେ, ଅନେକସ ପେଟ୍ରୋଲ ପମ୍ପ ବନ୍ଦ ମଧ୍ୟ ହୋଇଗଲାଣି ।

ଏହାରି ଭିତରେ ବନ୍ଦର ନିଷିଦ୍ଧାଞ୍ଚଳରେ ଆଜି ପେଟ୍ରୋଲ ପାଇପ ଫାଟିଯାଇଛି । ଯାହା ଫଳରେ ଲକ୍ଷାଧିକ ଲିଟର ପେଟ୍ରୋଲ ଅକାରଣରେ ବୋହିଯାଇଥିବା ଦେଖିବାକୁ ମିଳିଛି । ଜାହାଜରୁ ପାଇପ ଯୋଗେ ଆଇଓସିଏଲ ତୈଳ ଟର୍ମିନାଲକୁ ପେଟ୍ରୋଲ ଯାଉଥିଲା ଏହି ସମୟରେ ଅଧିକ ପ୍ରେସର ଯୋଗୁଁ ପାଇପ ଫାଟି ଥିବା ଅନୁମାନ କରାଯାଉଛି ।

ଘଟଣାସ୍ଥଳରେ ପୋର୍ଟ ସିଆଇଏସଏଫ, ଅଗ୍ନିଶମ ବିଭାଗ, ଆଇଓସିଏଲ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିଛନ୍ତି । ନିଆଁ ଲାଗିବାର ସମ୍ଭାବନା ଥିବାରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

Leave A Reply

Your email address will not be published.