Latest Odisha News

BREAKING NEWS

ଲେଡି ବ୍ରାଉନସୁଗର ପେଡଲର ଗ୍ୟାଙ୍ଗ ଉପରେ ଚଢ଼ାଉ; ୮ ଗିରଫ, ୨ କୋଟି ଟଙ୍କାର ବ୍ରାଉନସୁଗର ଜବତ

ରାଉରକେଲା: ‘ନିଶା ମୁକ୍ତ ଓଡ଼ିଶା’ ପାଇଁ ରାଉରକେଲା ପ୍ଲାଣ୍ଟସାଇଡ଼ ଥାନା ପୋଲିସର ବଡ ପଦକ୍ଷେପ । ରାଉରକେଲାରେ ପ୍ଲାଣ୍ଟ ସାଇଡ ଥାନା ଅଞ୍ଚଳରେ ମହିଳା ଡ୍ରଗ୍ସ ସ୍ମଗଲରଙ୍କ ଉପରେ ପୋଲିସ ବଡ଼ ଧରଣର ଚଢ଼ାଉ କରିଛି । ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ୬ ଜଣ ମହିଳା ଥିବାବେଳେ, ୨ ଜଣ ପୁରୁଷ ରହିଛନ୍ତି ।

ଗିରଫ ଅଭିଯୁକ୍ତଙ୍କ ଠାରୁ ପ୍ରାୟ ୨୨୦ ଗ୍ରାମର ବ୍ରାଉନସୁଗର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କାରୁ ଅଧିକ ହେବ । ଏହାସହ ନଗଦ ୨ ଲକ୍ଷ ୭୦ ହଜାର ୨୪୦ ଟଙ୍କା ଏବଂ ୩ଟି ମୋବାଇଲ ଫୋନ୍ ଜବତ କରିଛି ।

ପ୍ଲାଣ୍ଟ ସାଇଡ ଏରିଆରୁ ସମ୍ପୂର୍ଣ୍ଣ ରାଉରକେଲାକୁ ବ୍ରାଉନସୁଗର ସପ୍ଲାଇ ଏହି ଲେଡି ଗ୍ୟାଙ୍ଗ କରୁଥିଲେ । ତେବେ ଏହି ବେଆଇନ ନିଶା କାରବାରର ମୁଖ୍ୟ ଚେର କେଉଁଆଡେ ଲମ୍ବିଛି ଏବଂ ଏହା ପଛରେ ଆଉ କେଉଁମାନଙ୍କର ହାତ ରହିଛି, ତାହା ଜାଣିବାକୁ ଖୋଳତାଡ ଆରମ୍ଭ କରିଛି ରାଉରକେଲା ପୋଲିସ ।

Leave A Reply

Your email address will not be published.