Latest Odisha News

BREAKING NEWS

ଦିନ ୨.୩୦ ସୁଦ୍ଧା କେଉଁ ସହରରେ କେତେ ତାପମାତ୍ରା, ରାଜଧାନୀରେ ହିଟ୍ ଇଣ୍ଡେକ୍ସ ୫୭…

ଭୁବନେଶ୍ବର: ଚଳିତ ମାସ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ଗରମ ଏବଂ ଆର୍ଦ୍ରତା ଲାଗି ରହିବ ବୋଲି ମଙ୍ଗଳବାର ଦିନ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (IMD)।

ତେବେ ଅପରାହ୍ନ ୨.୩୦ ରେ ରେକର୍ଡ ହୋଇଥିବା ତାପମାତ୍ରା ଅନୁସାରେ, ସମ୍ବଲପୁରରେ ୪୪ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି

ଏହା ପରେ ହୀରାକୁଦରେ ୪୩ ଡିଗ୍ରୀ ସେଲସିୟସ୍ ଏବଂ ଝାରସୁଗୁଡ଼ାରେ ୪୨.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।

ସେହିପରି ରାଜଧାନୀ ଭୁବନେଶ୍ୱରରେ ଅପରାହ୍ନ ୨.୩୦ ରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ୍ ଏବଂ ଉଚ୍ଚ ଆର୍ଦ୍ରତା ସ୍ତର ୬୨ ପ୍ରତିଶତ ରେକର୍ଡ କରାଯାଇଛି। ଫଳସ୍ୱରୂପ, ସହରରେ ହିଟ୍ ଇଣ୍ଡେକ୍ସ ୫୭ ପ୍ରତିଶତକୁ ବୃଦ୍ଧି ପାଇଛି। ଯାହା ଜନସାଧାରଣଙ୍କୁ କଲବଲ କରିଛି।

ପାଣିପାଗ ସଂସ୍ଥା ପୂର୍ବାନୁମାନ କରିଛି ଯେ ଆଗାମୀ ଦୁଇ ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା (ଦିନର ତାପମାତ୍ରା)ରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ। ଏହା ପରେ, ରାଜ୍ୟରେ ତାପମାତ୍ରା ୨-୪ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇପାରେ।

Leave A Reply

Your email address will not be published.