Latest Odisha News

BREAKING NEWS

ପ୍ରଶାନ୍ତ ମହାସାଗରରୁ ମିଳିଲା ନୀଳ ଅକ୍ଟୋପସ

ନୂଆଦିଲ୍ଲୀ: ପ୍ରଶାନ୍ତ ମହାସାଗରର ଗଭୀରତାରୁ ବୈଜ୍ଞାନିକମାନଙ୍କୁ ଏକ ବଡ ସଫଳତା ମିଳିଛି । ଗ୍ୟାଲପାଗୋସ ଦ୍ୱୀପ ନିକଟରେ ଏକ ଛୋଟ ନୀଳ ଅକ୍ଟୋପସ ମିଳିଛି । ଏହା ଏକ ଏଲିୟନ ଓ କାର୍ଟୁନ ଚରିତ୍ର ପରି ଦେଖାଯାଉଛି । ପାଣି ମଧ୍ୟରେ ରୋବଟର କ୍ୟାମେରା ଏହାକୁ ଠାବ କରିଥିଲା । ଏହା ମାତ୍ର ୫ ସେଂଟିମିଟର ଲମ୍ବର ଏକ କ୍ଷୁଦ୍ର ଜଳଚର ପ୍ରାଣୀ ଥିଲା । ଏହା ସମ୍ପୂର୍ଣ୍ଣ ଭାବେ ନୂଆ ପ୍ରଜାତିର ଅକ୍ଟୋପସ ବୋଲି ଜଣାପଡିଛି । ଏହି ପ୍ରାଣୀର ସିଟି ସ୍କାନ କରାଯିବା ସହ ସୁରକ୍ଷିତ ଜୀବିତ ଅବସ୍ଥାରେ ରଖାଯାଇଛି ।

ପ୍ରଶାନ୍ତ ମହାସାଗରର ଗଭୀରତା ସର୍ବଦା ବୈଜ୍ଞାନିକମାନଙ୍କୁ ସଫଳତା ପ୍ରଦାନ କରି ଆସିଛି । ୮୦ ପ୍ରତିଶତ ଅଂଚଳରେ ଏବେ ବି ବୈଜ୍ଞାନିକମାନେ ପଶି ପାରି ନାହାନ୍ତି । ଏହି ସ୍ଥ୍‌ାନରେ ସୂର୍ଯ୍ୟଙ୍କ କିରଣ ମଧ୍ୟ ପଂହଚି ପାରି ନାହିଁ । ସେଠାରେ କେଉଁ ଜୀବ ରହୁଛନ୍ତି ତାହା ଏବେ ବି ବୈଜ୍ଞାନିକଙ୍କ ମନରେ ଉତ୍କଣ୍ଠା ସୃଷ୍ଟି କରୁଛି । ଏବେ ଅତ୍ୟାଧୂନିକ ଜ୍ଞାନ କୌଶଳ ଯୋଗୁ ଧୀରେ ଧୀରେ ସେମାନଙ୍କୁ ଅଧିକରୁ ଅଧିକ ତଥ୍ୟ ମିଳିବାରେ ଲାଗିଛି । ନୂଆ ପ୍ରଜାତିର ସନ୍ଧାନ ମିଳିଲେ ସେମାନଙ୍କ ବିଷୟରେ ଜାଣିବା ପାଇଁ ଏବଂ ବଂଚାଇବା ନିମନ୍ତେ ଆମକୁ ସୁଯୋଗ ମିଳିବ ବୋଲି ଜନୈକ ବୈଜ୍ଞାନିକ କହିଛନ୍ତି ।

Leave A Reply

Your email address will not be published.