Latest Odisha News

BREAKING NEWS

ପ୍ରକାଶ ପାଇଲା OAS ରେଜଲ୍ଟ, ବୁବୁନ ସାହୁ ଟପ୍ପର

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଥିବା ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା (OCS) 2024 ରେ ବୁବୁନ୍ ସାହୁ ଟପ୍ପର ହୋଇଛନ୍ତି।

ସେହିପରି ସୋଭନା ମହାନ୍ତି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଜିତାମିତ୍ର ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସୋଭନାଙ୍କ ବ୍ୟତୀତ ଅନ୍ୟ ତିନି ଜଣ ମହିଳା ପ୍ରାର୍ଥୀ ହେଲେ କନକ ଜୈନ, ସୀତଲ ପାତ୍ର ଏବଂ ଇତିଶ୍ରୀ ଜେନା। ସେହିପରି ଶ୍ରେଷ୍ଠ ୧୦ରେ ସ୍ଥାନ ପାଇଛନ୍ତି ସଂଗ୍ରାମ ପ୍ରଧାନ, ଅମନ ଗୋୟଲ, ଶାନ୍ତନୁ କୁମାର ଶତପଥୀ, ନିତେଶ କୁମାର ବାରିକ, ଈତିଶ୍ରୀ ଜେନା।

 

ତେବେ ଏହି ପରୀକ୍ଷା ଦେଇଥିଲେ ୩୫ ହଜାର ୧୬୫ ପରୀକ୍ଷାର୍ଥୀ। ପ୍ରିଲିମ୍‌ ପରେ ୩୮୫ ଜଣ ଇଣ୍ଟରଭ୍ୟୁ ପାଇଁ କ୍ବାଲିଫାଏ କରିଥିଲେ। ଅପରପକ୍ଷରେ ଏଥର ୧୭ ମାସ ଭିତରେ ପ୍ରକାଶ ପାଇଛି ରେଜଲ୍ଟ।

Comments are closed.